ପ୍ରମୂଖ ଖବର

ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା, ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାରେ ୨ ମାଓବାଦୀ ଗିରଫ

Published By : prameya | May 6, 2025 2:23 PM

ଭୁବନେଶ୍ବର,୦୬/୦୫: ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାର ପୋଲାମପାଲି ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ଦୁଇ ମାଓବାଦୀ ହେଲେ ମୁଚାକି ରାମା ଓ ସୋଡି କୋଷା ବୋଲି ଜଣାପଡ଼ିଛି। 

ଦୋର୍ନାପାଲ ଜାଗରକୋଣ୍ଡା ରାସ୍ତାର ଏକ ପୋଲ ନିକଟରେ ଆଇଇଡି ଲଗାଉଥିବା ବେଳେ ସୁରକ୍ଷା ବାହିନୀ ହାତରେ ୨ ମାଓବାଦୀ ଧରାପଡିଛନ୍ତି ।ତେବେ  ଗତ କିଛି ବର୍ଷ ଧରି ଏମାନେ ମାଓ ସଂଗଠନର  ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏମାନଙ୍କ ଘର ସୁକୁମା ଜିଲ୍ଲାର ଉପମପାଲି ଗାଁରେ ବୋଲି ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.