ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ନ୍ୟାସ୍‌ନାଲ ଟେକ୍ନୋଲଜି ଡେ-୨୦୨୫ ଉପଲକ୍ଷେ ଭୁବନେଶ୍ୱରରେ ମେ ୧୭ ରୁ ବକ୍ତୃତାମାଳା

Published By : Prameya | May 13, 2025 10:31 PM

ଭୁବନେଶ୍ୱର ୧୩/୦୫:୧୯୯୮ ମସିହାରେ ଭାରତ ଦ୍ୱାରା ସଫଳତାର ସହ କରାଯାଇଥିବା ପରମାଣୁ ବିସ୍ଫୋରଣକୁ ସ୍ମରଣ କରି ପ୍ରତିବର୍ଷ ମେ ୧୧ ତାରିଖ ଦିନ ଦେଶରେ ନ୍ୟାସନାଲ ଟେକ୍ନୋଲୋଜି ଡେ ପାଳନ କରାଯାଏ । ଏହି ଦିନଟିକୁ ଭାରତର ବୈଜ୍ଞାନିକ, ଗବେଷକ ଓ ଇଞ୍ଜିନିୟର ମାନଙ୍କର ସଫଳତାକୁ ମନେ ପକାଇ ଏକ ଉତ୍ସବ ଭାବେ ପାଳନ କରାଯାଇଥାଏ ।

ଏହି ଉପଲକ୍ଷେ ଇଣ୍ଡିଆ ନ୍ୟାସନାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରଂ (ଆଇଏନଏଇ) ଭୁବନେଶ୍ୱର ଶାଖା ପକ୍ଷରୁ ଚଳିତବର୍ଷ ମେ ୧୭ ରୁ ୨୩ ମଧ୍ୟରେ ଭୁବନେଶ୍ୱର ଠାରେ ଏକ ବିଶେଷ ବକ୍ତୃତାମାଳା ଆୟୋଜନ କରାଯାଇଛି । ଏଥିରେ ଦେଶର ବିଶିଷ୍ଟ ତଥା ପ୍ରତିଷ୍ଠିତ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ ମାନେ ଯୋଗ ଦେଇ ବକ୍ତବ୍ୟ ରଖିବେ ।

ଏହି ବିଷୟରେ ସୂଚନା ଦେଇ ଆଇଏନ୍‌ଏଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମଙ୍ଗଳବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ଚାରି ଜଣ ବିଖ୍ୟାତ ଓ ପ୍ରତିଷ୍ଠିତ ବୈଜ୍ଞାନିକ ଏହି ବକ୍ତୃତାମାଳାରେ ଭାଗ ନେବେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ନାଇଜର ଭୁବନେଶ୍ୱର ଓ ଆଇଆଇଏମ୍‌ଟି, ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ।

ମେ ୧୭, ୨୦୨୫ ତାରିଖରେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ହୋମି ଭାବା ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ, ମୁମ୍ବାଇର ଡିନ୍‌ ତଥା ବରିଷ୍ଠ ପ୍ରଫେସର ଡ.ଏ.କେ. ତ୍ୟାଗୀ ବକ୍ତୃତା ଦେବେ । 

ମେ ୧୯, ୨୦୨୫ ରେ ଆଇଏମଏମଟି, ଭୁବନେଶ୍ୱର ଠାରେ ଆଇଆଇଟି (ବିଏଚୟୁ)ର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଡ. କୋଟା ହରିନାରାୟଣ ବକ୍ତୃତା ଦେବେ । ଡ. ହରିନାରାୟଣ ଭାରତର ନିଜସ୍ୱ ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟ (ଏଲ୍‌ସିଏ)ର ପୂର୍ବତନ ପ୍ରୋଜେକ୍ଟ ଡାଇରେକ୍ଟର ତଥା ମୁଖ୍ୟ ଡିଜାଇନର ଅଟନ୍ତି । 

ସେହିପରି ମେ ୨୧, ୨୦୨୫ରେ ଭୁବନେଶ୍ୱର ନାଇଜର ଠାରେ ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଡ. ଭି. ନାରାୟଣନ ତାଙ୍କର ବକ୍ତବ୍ୟ ରଖିବେ ।

ମେ ୨୩, ୨୦୨୫ରେ ଭୁବନେଶ୍ୱର ଆଇଆଇଟି ଠାରେ ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ସିଷ୍ଟମ୍‌ର ଡାଇରେକ୍ଟର ଜେନେରାଲ ଡ. ବିନୟ କୁମାର ଦାସ ଏହି ବକ୍ତୃତାମାଳାର ଶେଷ ବକ୍ତୃତା ପ୍ରଦାନ କରିବେ । ସବୁ ବକ୍ତୃତା ଅପରାହ୍ଣ ୩. ୩୦ ସମୟରେ ଆରମ୍ଭ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଏନଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ,ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ତଥା ଆଇଇଇଇର ଭୁବନେଶ୍ୱର ସେକସନ୍‌ ଚେୟାର ପ୍ରଫେସର ଶୁଭ୍ରାଂଶୁ ଶେଖର ସାମନ୍ତରାୟ ଉପସ୍ଥିତ ଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.