ବାଲେଶ୍ୱର,୧୩/୦୫: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅଲଟ୍ରାସାଉଣ୍ଡ ରିପୋର୍ଟରେ ଜଆଁଳା ଶିଶୁ ଥିବା ଡାକ୍ତର ଲେଖିଥିଲେ। ରିପୋର୍ଟରେ ମଧ୍ୟ ସ୍ପଷ୍ଟ ଭାବେ ୨ଟି ଯମଜ ସନ୍ତାନ ଉଲ୍ଲେଖ ରହିଥିବା ବେଳେ ପ୍ରସବ ସମୟରେ ଗୋଟିଏ ଶିଶୁ ଜନ୍ମ ହୋଇଛି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି।
ଜଳେଶ୍ୱର ଅଞ୍ଚଳର କାହ୍ନୁ ଚରଣ ପାଲଙ୍କ ପତ୍ନୀ ସୋନାଲି ବିନ୍ଦୁ ପ୍ରଧାନ, ମଙ୍ଗଳବାର ସକାଳ ୫ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଘଣ୍ଟାଏ ପରେ ତାଙ୍କ ଆଲଟ୍ରାସାଉଣ୍ଡ ହୋଇଥିଲା। ଗର୍ଭରେ ୨ଟି ଶିଶୁଥିବା ରିପୋର୍ଟ ମିଳି ଥିଲା । କିନ୍ତୁ ସନ୍ଧ୍ୟା ୭.୪୦ରେ ଯେତେବେଳେ ପ୍ରସବ ହୋଇଥିଲା, ସେତେବେଳେ ଗୋଟିଏ ଶିଶୁ ଜନ୍ମ ନେଇଛି। ଏହାପରେ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ପରିବାରଙ୍କ ଲୋକଙ୍କ ପକ୍ଷରୁ ଅଭିଯୋଗ ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।