ପ୍ରମୂଖ ଖବର
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଧାମରାରେ ବୁଲୁଥିବା ୨ସନ୍ଦିଗ୍ଧ ବାଂଲାଦେଶୀ ଥାନାରେ ଅଟକ

Published By : Prameya | May 13, 2025 10:52 PM

ଧାମରା୧୩/୦୫ ଭାରତ ପାକିସ୍ତାନ ଅସ୍ତ୍ରବିରତି ପରେ ଯୁଦ୍ଧକୁ ନେଇ ଚର୍ଚ୍ଚା ଥମି ନଥିଲା ବେଳେ ଆଜି ଧାମରା ଅଞ୍ଚଳରେ ଦୁଇ ଜଣ ସଦିଗ୍ଧ ବାଂଲାଦେଶୀଙ୍କୁ ଅଞ୍ଚଳବାସୀ ଅଟକ ରଖି ଥାନାକୁ ହସ୍ତାନ୍ତର କରିଛନ୍ତି  l ଦୁଇ ଜଣଙ୍କୁ ତନାଘନା ପରେ ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ଜଣାପଡିଛି ସେମାନେ ମୂଷିଦାବାଦ ଅଞ୍ଚଳର ବୋଲି l ସରକାରଙ୍କ ସେନା ବିଭାଗ ପକ୍ଷରୁ ଏବେ ଧାମରା ଅଞ୍ଚଳକୁ କଢ଼ା ନଜର ଭିତରେ ରଖାଯାଇଛି l ମେରାଇନ ଥାନା ପକ୍ଷରୁ ମଧ୍ୟ ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛି ପୋଲିସ l ଆଜିର ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି  l ଏଭଳି ଲୋକଙ୍କ ଉପରେ କଡା ନଜର ରଖିବାକୁ ସାଧାରଣରେ ଦାବି ଉଠିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.