ବ୍ରହ୍ମପୁର ୧୩/୦୫: ରିକ୍ସା ଚାଳଙ୍କୁ ଧକ୍କା ଦେଲା ଆମ ବସ୍। ଦୁର୍ଘଟଣାରେ ଗୁରୁତର ଆହତ ହେଲେ ରିକ୍ସା ଚାଳ। ହସ୍ପିଟାଲରେ ଭର୍ତ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଧାନମେରା ସାହି ଛକରେ ଜଣେ ରିକ୍ସା ଚାଳକଙ୍କୁ ଆମ ବସ୍ ଧକ୍କା ଦେଇଛି। ରିକ୍ସା ଚାଳକ ଜଣଙ୍କ ରାସ୍ତା ପାର ହେଉଥିଲେ। ଏହି ସମୟରେ ଫାଷ୍ଟ ଗେଟ୍ ରୁ ଗେଟ୍ ବଜାର ଅଭିମୁଖେ ଯାଉଥିବା ଆମ ବସଟି ରିକ୍ସାକୁ ଧକ୍କା ଦେଇଥିଲା। ଫଳରେ ରିକ୍ସା ଚାଳକ ଜଣଙ୍କ ରାସ୍ତା ଉପରେ ପଡ଼ି ଯାଇଥିଲେ। ରିକ୍ସା ଚାଳକଙ୍କ ମୁଣ୍ଡ ଓ ବାମ ହାତରେ ଗଭୀର ଆଘାତ ଲାଗିଛି। ଆହତଙ୍କୁ ସ୍ଥାନୀୟ ଲୋକ ଓ ଆମ ବସ କର୍ମଚାରୀ ଉଦ୍ଧାର କରି ଅଟୋରେ ଏମକେସିଜି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଛନ୍ତି।