ଛତ୍ରପୁର, ୧୩/୦୫ : ଗଞ୍ଜାମ ପୋଲିସର ଅପରାଧ ଦମନ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ୧୧ ମାଉଜର, ମାଗାଜିନ ଓ ଗୁଳି ଜବତ କଲା ପୋଲିସ।
ପୋଲିସ ସୂଚନା ଅନୁଯାୟୀ, ଆସିକା, ହିଞ୍ଜିଳି, କୋଟିନଡା, ଏବଂ ପୋଲସରା ଥାନା ଅଧୀନରେ ୨୦ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛନ୍ତି। ଏହା ସହ ପୋଲିସ ୮ ମାଉଜର, ୧୧ ମାଗାଜିନ, ୩୧ ଗୁଳି, ୧୫ ମୋବାଇଲ ଜବତ କରିଛି। ପୂର୍ବରୁ ମେ ୪ରେ ପୁଲିସ ଏହି ସବୁ ଜିଲ୍ଲାରେ ୧୮ ଅପରାଧୀଙ୍କ ସମେତ ୧୭ ମାଉଜର, ୬୬ ରାଉଣ୍ଡ ଗୁଳି, ୧୬ମୋବାଇଲ ଜବତ କରିଥିଲା।
ଏହି ଖବରଟିକୁ ପଢନ୍ତୁ-ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନରୁ ୧୨ ନାବାଳକ ଉଦ୍ଧାର, ବେଙ୍ଗାଲୁରୁକୁ ଚାଲାଣ କରାଯାଉଥିବା ସୂଚନା