ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ବାଂଶପାଳ ବ୍ଲକ ଅଧ୍ୟକ୍ଷଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ, ଆକ୍ରମଣ ଭଙ୍ଗାରୁଜା ପରେ ଥିଲେ ଫେରାର

Published By : Prameya | May 13, 2025 2:11 PM

କେନ୍ଦୁଝର ୧୩/୦୫: କେନ୍ଦୁଝର ଜିଲ୍ଲା କୁସୁମିତା ଠାରେ ବିପ୍ଳବୀ ଧରଣୀ ଧର ନାଏକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ପାଳନ କରଯାଇଥିଲା। ଏହି ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୬ ପିଢ଼ର ଭୂୟାଁ ସର୍ଦାର ମାନଙ୍କ ସହ ବ୍ଲକରୁ ୬ ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ବ୍ଲକର ଅଧିକାଂଶ ଭୂୟାଁ ଜନଜାତିର ନିର୍ବାଚିତ ଜନ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀଙ୍କୁ ଡକା ଯାଇ ନଥିଲା। 

ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ପାରିବାରୁ ଅଧ୍ୟକ୍ଷ ମାନସ କୁମାର ଦେହୁରୀ କ୍ଷୋଭ ପ୍ରକାଶ କରିବା ସହ ରାଗି ଯାଇଥିଲେ।  ସେ ରାଗି ଯାଇ ୭ତାରିଖ ଅପରାହ୍ନରେ ବାଂଶପାଳ ବ୍ଲକ କାର୍ଯ୍ୟାଳୟରେ ପଶି ମୁଖ୍ୟ ଫାଟକର କାଚ ଭାଙ୍ଗି ଦେବା ସହ ହୋ ହାଲ୍ଲା କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ବିଡିଓ ରାଜା ରଞ୍ଜିତ ପ୍ରସାଦ ବଳ କାର୍ଯ୍ୟାଳୟକୁ ଆସି ଦେଖିବା ପରେ ଉପରିସ୍ଥ ଅଧିକାରୀ ଓ ପୋଲିସ କୁ ଏ ନେଇ ଜଣାଇଥିଲେ। ଏଥିନେଇ ବିଜେଡି ଦଳର ବ୍ଲକ୍ ଅଧ୍ୟକ୍ଷଙ୍କ ବିରୋଧରେ ନୟାକୋଟ ଥାନାରେ ମାମଲା ରୁଜୁ ହୋଇଥିଲା । ବ୍ଲକ ଅଧ୍ୟକ୍ଷା ଗିରଫ ଭୟରେ ଫେରାର ଥିଲେ । ପୁଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.