ଚନ୍ଦାହାଣ୍ଡି ,୧୨।୫ - ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ ଚିଲିଗାଁ ଗ୍ରାମରେ ବଜ୍ରପାତରେ ପୁଅର ମୃତ୍ୟୁ ହୋଇ ଥିବା ବେଳେ ମା’ ଗୁରତର ହୋଇଛି। ମୃତକ ଜଣକ ହେଲେ ହୁକୁମତ ଶଗଡିଆ । ମା’ ଭାନୁମତୀ ଶଗଡିଆ (୫୪)ଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଚିଲିଗାଁ ଗ୍ରାମର ବେଣୁଧର ଶଗଡିଆଙ୍କ ସ୍ତ୍ରୀ ଭାନୁମତୀ ଏବଂ ପୁଅ ହୁକମତ ଶଗଡିଆ ଗାଁ ପାଖ ବିଲକୁ କାମ କରିବାକୁ ଯାଇଥିଲେ l ଏହି ସମୟରେ ହଠାତ ବର୍ଷା , ପବନ ହେବା ସହ ଘଡଘଡି ମାରିଥିଲା। ବର୍ଷା ପଵନ ଦାଉରୁ ରକ୍ଷା ପାଇବା ପାଇଁ ମା‘- ପୁଅ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେମାନଙ୍କ ଉପରେ ବଜ୍ରପାତ ହେବାରୁ ଉଭୟେ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ପରିବାର ଲୋକେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ସେଠାରେ ହୁକମତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏ ନେଇ ବେଣୁଧର ଶଗଡିଆ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।