ଚଣ୍ଡିଖୋଲ, ୧୩।୫ : ଯାଜପୁର ଜିଲ୍ଲା ଵୈରୀ ଥାନା ଅଧୀନ ଛତିଆ ବାଇପାସ ବସଷ୍ଟାଣ୍ଡ ସମ୍ମୁଖରେ ଭୟଙ୍କର ବିସ୍ଫୋରଣ ଘଟିଛି। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି l ଜଣେ ଗୁରୁତରଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଵୈରୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l ବୋମା କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇପାରିନାହିଁ l
ଏହି ବିସ୍ଫୋରଣରେ ଘଟଣା ସ୍ଥଳରେ ଥିବା ଏକ ପଲସର ବାଇକ ( ନଂ .ଓଡି-୦୪ଭି-୭୭୪୭) ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି l ବିସ୍ଫୋରଣ ଅତି ଭୟଙ୍କର ଥିଲା ଯେ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେ ତେଣେ ପଡ଼ିଛି । ଯାହାକୁ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି।