ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଚର୍ଚ୍ଚାରେ ଷ୍ଟଣ୍ଟ୍‌ମ୍ୟାନ ସନ୍ତୋଷ, ପାଣିରେ ଶୋଇ ପଢ଼ିପାରନ୍ତି ଖବରକାଗଜ

Published By : Prameya | April 21, 2025 2:14 PM

ଧର୍ମଶାଳା, ୨୧/୦୪: ଧର୍ମଶାଳା  ବ୍ଲକ ଥାନୁଆଳ ପଞ୍ଚାୟତର  ସନ୍ତୋଷ ଓଝା(୪୩) ବିରଳ କୀର୍ତ୍ତି  ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ସମାଜସେବାରେ ନିଜକୁ ନିୟୋଜିତ  କରୁଥିବା ସନ୍ତୋଷ ପାଣି ଭିତରେ ବିଭିନ୍ନ ଷ୍ଟଣ୍ଟ୍‌ ପ୍ରଦର୍ଶନ କରନ୍ତି ।  

ସକାଳ ହେଲେ କାନ୍ଧରେ ଏକ ବ୍ୟାଗ ପକାଇ ଘରୁ ବାହାରି ପଡ଼ନ୍ତି  ସନ୍ତୋଷ । କେତେବେଳେ ଜାରକା  ଛକରେ ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଥା’ନ୍ତି  ଆଉ କେତେବେଳେ ଚଣ୍ଡିଖୋଲ  ଛକରେ ଟ୍ରାଫିକ ନିୟନ୍ତ୍ରଣ କାମରେ  ଲାଗିପଡ଼ନ୍ତି । ପ୍ରତ୍ୟେକ ସାଂସ୍କୃତିକ  କାର୍ଯ୍ୟକ୍ରମରେ ସନ୍ତୋଷଙ୍କୁ ଦେଖିବାକୁ ମିଳେ । ସନ୍ତୋଷଙ୍କୁ ସମସ୍ତେ ଜଣେ ସାମାଜିକ କର୍ମୀ ଭାବରେ ଜାଣନ୍ତି । କିନ୍ତୁ  ଜଣେ ଷ୍ଟଣ୍ଟ୍‌ମ୍ୟାନ ଭାବେ ବହୁ କମ୍‌ ଲୋକ ଜାଣନ୍ତି । 

ପୋଖରୀ  ପାଣିରେ ସିଧାସଳଖ ଶୋଇ କେତେବେଳେ ଖବରକାଗଜ ପଢ଼ନ୍ତି ତ କେତେବେଳେ ଫୋନରେ କଥା ହେଉଥା’ନ୍ତି ।  ଆଉ କେତେବେଳେ ସେଠି ଦୁଇ ହାତରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ପାଣିରେ ଏମିତି ଅନେକ ଦୁଃସାହସିକ  କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ । ଗାଁ ପୋଖରୀରେ ବହୁ ବର୍ଷ ତଳେ ଏମିତି ଅଭ୍ୟାସ କରୁକରୁ ସେ ଜଣେ ସଫଳ  ଷ୍ଟଣ୍ଟ ମ୍ୟାନ ପାଲଟିଗଲେ । ନିକଟରେ ସିଂହାପୁର ଯାତ୍ରା  ସମୟରେ ପୋଖରୀରେ ଶୋଇ ଖବରକାଗଜ ପଢ଼ିବା ଦୃଶ୍ୟ  ସମସ୍ତଙ୍କୁ ଚକିତ କରିଥିଲା । ଏହି ନିଆରା ଅଭ୍ୟାସକୁ ନେଇ ସମସ୍ତଙ୍କ ଠାରୁ ପ୍ରଶଂସା ମିଳୁଛି ବୋଲି କହନ୍ତି ସନ୍ତୋଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.