ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ମାଲକାନଗିରିରେ ଝଡ଼ ତୋଫାନ, ଭାଙ୍ଗିଲା ଗଛ

Published By : Prameya | April 20, 2025 8:57 PM

ମାଲକାନଗିରି,୨୦/୪ : ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବର୍ଷା ସହ ଘଡ଼ଘଡ଼ି ମାରିଥିବା ଦେଖିବାକୁ ମିଳିଛି । ପବନ ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହାକୁମା ଡିଏନକେ ୧୧୯ କଲୋନୀରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡ଼ିବା ଦ୍ୱାରା ବିଦ୍ୟୁତ ତାର ଛିଡ଼ିଯାଇଛି । ସଙ୍ଗେ ସଙ୍ଗେ ଅଗ୍ନିଶମ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗଛ ଡାଳ କାଟି ରାସ୍ତାରୁ ଗଛ ହଟାଇବା ପରେ ଆଜି ରାତିରେ ଯାତାୟତ ସ୍ୱଭାବିକ ହୋଇଛି। 

ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଦ୍ୱାରା ରାତିରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଜାତୀୟ ରାଜପଥ ପାର୍ଶ୍ଵ, ସାହି ବସ୍ତି ଓ ବିଭିନ୍ନ ସ୍ଥାନରେ ବିରାଟ କାୟ ଗଛ ମାନ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଏହି ବର୍ଷା ଓ ପ୍ରବଳ ପବନ ଯୋଗୁଁ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ଫଳରେ  ବିଦ୍ୟୁତ ସଂଯୋଗ ମଧ୍ୟ ଠପ ହୋଇଯାଇଥିଲା। ଏହାସହ କିଛି ସ୍ଥାନରେ ରାସ୍ତା ଉପରେ ବଡ଼ ଗାଡ଼ି ଗୁଡ଼ିକ ମଧ୍ୟ ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଯଦିଓ ଏହି ବର୍ଷା କିଛିଟା ଅଶ୍ବସ୍ଥି ଦେଇଛି କିନ୍ତୁ ଅନେକ ଗଛ ଭାଙ୍ଗିବା ସହ ବିଦ୍ୟୁତ ତାର ଗୁଡିକ ଛିଡ଼ି ଯାଇଥିବା ସହ ଅନେକ ଗ୍ରାମରେ କଦଳୀ ଓ ଅମୃତ ଭଣ୍ଡା, ଆମ୍ବ, ଚାକୁଣ୍ଡା ଗଛ ଭାଙ୍ଗି ଯାଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବର୍ଷାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ ସୂଚନା ଜାରି ସହ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ପୂର୍ବନୁମାନ କରି ସତର୍କ ସୂଚନା ଜାରି କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.