ପ୍ରମୂଖ ଖବର
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଢେଙ୍କାନାଳ ହିନ୍ଦୋଳରେ ଚାଞ୍ଚଲ୍ୟ, ୭ ବର୍ଷର ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ

Published By : Prameya | April 20, 2025 3:12 PM

ଭୁବନେଶ୍ଵର, ୨୦/୦୪ : ଢେଙ୍କାନାଳ ହିନ୍ଦୋଳରେ ଚାଞ୍ଚଲ୍ୟ। ୭ ବର୍ଷର ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ। ନାବାଳିକାଙ୍କୁ ମୁର୍ମୁଶୁ ଅବସ୍ଥାରେ ତାଳପତ୍ର ଘୋଡ଼ାଇ ଫେରାର୍ ହୋଇଗଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ। ପୀଡ଼ିତାଙ୍କୁ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଶନିବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳର ଏକ ୭ ବର୍ଷର କୁନି ଝିଅ ଗାଁ ପାଖ ତାଳ ବଣକୁ ତାଳ ଗୋଟାଇବାକୁ ଯାଇଥିଲା। ନାବାଳିକାକୁ ଏକୁଟିଆ ପାଇ କେହି ଦୁର୍ବୃତ୍ତ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ତାଳ ପତ୍ର ଘୋଡାଇ ଦେଇ ପଳାଇଥିଲା। ନାବାଳିକାଙ୍କୁ ଘର ଲୋକେ ଖୋଜାଖୋଜି କରି ନପାଇବାରୁ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ସମସ୍ତେ ମିଶି ଖୋଜାଖୋଜି କରିବା ବେଳେ ନାବାଳିକାଙ୍କୁ ମୁର୍ମୁଶୁ ଅବସ୍ଥାରେ ଉଦ୍ଧାର କରିଥିଲେ। 

ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ହିନ୍ଦୋଳ ପୋଲିସ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି। ସନ୍ଦେହରେ ଜଣେ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି। ଏପରି ଲଜ୍ୟାଜନକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଦୁଷ୍କର୍ମୀକୁ ତୁରନ୍ତ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.