ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ

Published By : Prameya | April 21, 2025 8:02 AM

ସମ୍ବଲପୁର, ୨୧/୦୪: ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର । ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ଆବଶ୍ୟକ ନାହିଁ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ  ଆସିଛନ୍ତି । ସୋମବାର ସମ୍ବଲପୁର ମହାନଗର  ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ  ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ପ୍ରଥମ ଥର ରାଜଧାନୀ ବାହାରେ ହେବ ଏହି  କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ସହ ୧୦ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ  ଶୁଣିବେ । ଏହାର ସମାଧାନ କରିବେ । ଏହାକୁ  ନେଇ ପ୍ରାଶାସନିକ ପ୍ରସ୍ତୁତି ଶେଷ ହୋଇଛି ।  ଜନଶୁଣାଣି କାର୍ଯ୍ୟକ୍ରମ ଅବ୍ୟବହିତ  ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରବିବାର  ଅପରାହ୍ଣରେ ସମ୍ବଲପୁରରେ ପହଞ୍ଚିଛନ୍ତି ।  

ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ  ବନ୍ଦରରେ ପହଞ୍ଚିବା ପରେ ସଡ଼କପଥରେ  ସମ୍ବଲପୁର ଆସିଥିଲେ । ସ୍ଥାନୀୟ ବିଧାୟକ  ଜୟନାରାୟଣ ମିଶ୍ର ଓ ଜିଲ୍ଲାପାଳ  ସିଦ୍ଦେଶ୍ୱର ବଳିରାମ ବୋନ୍ଦର ତାଙ୍କୁ ସ୍ୱାଗତ  କରିଥିଲେ । ମୁଖ୍ୟମନ୍ତ୍ରୀ ସମଲେଶ୍ୱରୀ  ମନ୍ଦିର ପରିଦର୍ଶନ କରିଛନ୍ତି । ରାଜସ୍ୱ ଓ  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ ଓ ଉପ-ମୁଖ୍ୟମନ୍ତ୍ରୀ କନକ  ବର୍ଦ୍ଧନ ସିଂହଦେଓଙ୍କ ସହ ମା’ସମଲେଇଙ୍କ  ଆଶୀର୍ବାଦ ନେଇଛନ୍ତି । 

ହଜାରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ଦୁର୍ଗାପାଲିସ୍ଥିତ ଏସ୍‌ଏମ୍‌ସି କାର୍ଯ୍ୟାଳୟ ନିକଟରେ  ବିଶାଳ ତମ୍ବୁ ଲଗାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ରଖି ଫ୍ୟାନ୍‌, କୁଲର, ପିଇବା ପାଣି ବ୍ୟବସ୍ଥା  ହୋଇଛି । ରାଜସ୍ୱ ଓ 

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଶ୍ରୀ  ପୂଜାରୀ କହିଛନ୍ତି, ଅଭିଯୋଗ ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସିବେ । ସେମାନେ ଯେଭଳି  ସୁରୁଖୁରୁରେ ଅଭିଯୋଗ କରିପାରିବେ ସେଥିପ୍ରତି  ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ଏଥର ରେକର୍ଡ ସଂଖ୍ୟକ ଆବେଦନ  ହୋଇଥିଲା । ମାତ୍ର ୪ ଘଣ୍ଟାରେ ସମସ୍ତ ସ୍ଲଟ୍‌  ପୂରଣ ହୋଇଯାଇଥିଲା । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ  ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହେବେ ।  ତୁରନ୍ତ ସମାଧାନ ହୋଇପାରୁଥିବା ଅଭିଯୋଗଗୁଡ଼ିକ  ସଙ୍ଗେସଙ୍ଗେ ସମାଧାନ ହେବ । ଆଇନ୍‌ଗତ ସମସ୍ୟା  ଥିବା ଅନ୍ୟ ଅଭିଯୋଗଗୁଡ଼ିକର ପର୍ଯ୍ୟାୟକ୍ରମେ  ସମାଧାନ କରାଯିବ । ରାଜ୍ୟର ୧୦ ମନ୍ତ୍ରୀ ଉପସ୍ଥିତ  ରହି ନିଜ ବିଭାଗ ଅନୁସାରେ ଅଭିଯୋଗ ଶୁଣାଣି  କରିବେ । ଏହାସହ ୩ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆସୁଛନ୍ତି । ଏଥର ସାମୂହିକ  ସମସ୍ୟା ଅଧିକ ଆସିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼  ବିସ୍ଥାପନ ସମସ୍ୟା ଓ ବରଗଡ଼ କୃଷି ସମସ୍ୟାକୁ  ନେଇ ଅଭିଯୋଗର ଶୁଣାଣି କରାଯିବ । ଏଭଳି  ଅନ୍ୟ ସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି  କାର୍ଯ୍ୟକ୍ରମ ହେବ । 

ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ଦୃଷ୍ଟିରେ  ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଏସ୍‌ଏମସି କାର୍ଯ୍ୟାଳୟ ପୁଲିସ୍‌ ଛାଉଣିରେ ପରିଣତ  ହୋଇଛି । ୧୭ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ  ହେବେ ବୋଲି ସମ୍ବଲପୁର ପୁଲିସ୍‌ ପକ୍ଷରୁ ସୂଚନା  ଦିଆଯାଇଛି । ଉତ୍ତରାଞ୍ଚଳ ପୁଲିସ୍‌ ଆଇଜି ହିମାଂଶୁ  ଲାଲ୍‌,ଏସପି ମୁକେଶ ଭାମୂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ  କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.