କଟକ, ୨୦/୪ : କଟକ ଝାଞ୍ଜିର ମଙ୍ଗଳାସ୍ଥିତ ବ୍ରହ୍ମା କୁମାରୀ ଆଶ୍ରମରେ ସ୍ବର୍ଗତ ଦାଦି ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ତର୍ଜାତୀୟ ବ୍ରହ୍ମା କୁମାରୀର ମୁଖ୍ୟ ପରିଚାଳିକା ସ୍ବର୍ଗତ ରତନ ମୋହିନୀଙ୍କ ଅହମଦାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ଆଜି କଟକ ଶାଖା ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଏହି ଅବସରରେ ସକାଳୁ ସମୂହ ଯୋଗ, ମୁରଲୀ କ୍ଲାସ, ଭୋଗ ଶ୍ରଦ୍ଧାଞ୍ଜଳି ଓ ପରେ ବ୍ରହ୍ମା ଭୋଜନ ଆୟୋଜନ କରାଯାଇଥିଲା। ଆଶ୍ରମ ଅନ୍ତେବାସୀଙ୍କ ସମେତ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।