ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ, ପ୍ରଶାସନର ପ୍ରତିଶୃତି ପରେ ହେଲା ପ୍ରତ୍ୟାହୃତ..

Published By : Prameya | April 21, 2025 10:46 PM

ଜହ୍ନପଙ୍କ ୨୧/୪: ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଡୀ ଗ୍ରାମ ପଞ୍ଚାୟତର ଜଗଦୀଶପୁର ବାଇପାସ ଛକରେ ପାନୀୟ ଜଳ ଯୋଗାଣ ଦାବିରେ ହୋଇଥିବା ରାସ୍ତାରୋକ ପ୍ରଶାସନର ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟୁଆଣି ଗ୍ରାମ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ଓଭର ହେଡ ଟାଙ୍କିରୁ ଜଗଦୀଶପୁର ଓ କଣ୍ଟୁଆଣି ଆଦି ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ମାତ୍ର କିଛି ଦିନ ହେଲା ପାଇପ ଫାଟି ଯାଇଥିବା ଓ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁଁ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଛି l ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିବା ଫଳରେ ଆଜି ଦିନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଅଂଚଳର ମହିଳା ମାନେ ଗରା ବାଲଟି ଆଦି ଧରି  ଜାତୀୟ ରାଜପଥ ନଂ ୫୭ର ଜଗଦୀଶ ପୁର ବାଇପାସ ଛକରେ ରାସ୍ତାରୋକ କରିଥିଲେ । ଫଳରେ ବୌଦ୍ଧ-ବଘିଆପଡା ରାସ୍ତା ଓ ଜାତୀୟ ରାଜପଥ ନଂ ୫୭ ରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା l ଖବର ପାଇ ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଧର୍ମୁଧର ପୋଢ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକ, ଲକ୍ଷ୍ମୀ ପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସମାଜସେଵୀ ବିପିନ୍ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଶ୍ରୀ ମେହେର ମେଗା ପାନୀୟ ଜଳ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀଙ୍କୁ ଆନ୍ଦୋଳନ ସ୍ଥଳକୁ ଡକାଇ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.