ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଟିକାବାଲିରେ କାଳବୈଶାଖୀ, ବଜ୍ରପାତରେ ୫ ଗୋରୁ ମୃତ

Published By : Prameya | April 20, 2025 9:36 PM

ଟିକାବାଲି,୨୦/୪ : ରବିବାର ଅପରାହ୍ନ ଟିକାବାଲି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପବନ ସହ ବର୍ଷା କୁଆ ପଥର ମାଡ଼ ଏବଂ ଘଡ଼ଘଡ଼ି ଲାଗି ରହିଥିଲା। ଏହି ସମୟରେ ବଜ୍ରପାତ ଯୋଗୁଁ ଗୋଟିଏ ଗାଈ ସହିତ ୪ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରବଳ ବେଗରେ ପବନ ବହିବାରୁ ଟିକାବାଲି, ତେଙ୍ଗେଡା ପଥର, ବ୍ରେକା ଭଳି ବିଭିନ୍ନ ସ୍ଥାନରେ ଘରର ଛପର ଉଡ଼ିବା ସହ ରାସ୍ତାରେ ବଡ଼ ବଡ଼ ଗଛ ପଡ଼ିଛି । 

କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ରାସ୍ତା ମଝିରେ ପଡ଼ିଥିବାରୁ ଯାନ ବାହାନ ଯାତାୟତ ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ପୋଲିସ୍, ଅଗ୍ନିଶମ ଏବଂ ବିଦ୍ୟୁତ କର୍ମଚାରୀ ପହଞ୍ଚି ଗଛ କାଟି ସଫା କରିଛନ୍ତି। ସେହିଭଳି ଚକାପାଦ ବ୍ଲକ୍ ବପଲମେଣ୍ଡି(ବି) ପଞ୍ଚାୟତ ଅର୍ନ୍ତଗତ ଗୁମାଗଡ଼ ଗ୍ରାମରେ ଏକ ଆମ୍ବଗଛ ତଳେ ଠିଆ ହୋଇଥିବାବେଳେ ବଜ୍ରପାତ ହେବା ଯୋଗୁଁ ପ୍ରଶାନ୍ତ କହଁରଙ୍କ ଦୁଇଟି ବଳଦ, ରଙ୍ଗନାଥ କହଁରଙ୍କ ଗୋଟିଏ ଗାଈ ଓ ଗୋଟିଏ ବଳଦ, ଅଶ୍ବିନୀ କହଁରଙ୍କ ଗୋଟାଏ ବଳଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଆରଆଇ ଅନୀତା କୁମାରୀ ପ୍ରଧାନ ଏବଂ ଏଲଆଇ ଶୁଭଶ୍ରୀ ପ୍ରଧାନ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.