ବାଂଶପାଳ, ୧୩।୫ : ବିଦ୍ୟୁତ ଆଘାତରେ ଚାଲିଗଲା ମା'-ପୁଅଙ୍କ ଜୀବନ । ବୋହୂକୁ ବଞ୍ଚାଇବାକୁ ଯାଇ ଶାଶୂ ଗୁରୁତର। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା ଓ ତାଙ୍କ ଅଢ଼େଇ ବର୍ଷର ପୁଅ ଶୁଭ୍ରଜିତ ବେହେରା ।
କଳ୍ପନା ବେହେରା ତାଙ୍କ ୨ ବର୍ଷର ଶିଶୁପୁତ୍ର ଶୁଭ୍ରଜିତ ବେହେରାଙ୍କୁ ଧରି ଲୁଗା ଶୁଖାଉଥିଲେ। ଏହି ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ କଳ୍ପନା ଆସିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଶାନ୍ତିଲତା ମଧ୍ୟ ବିଦ୍ୟୁତ ସସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକ କଳ୍ପନା ବର୍ଷ ତଳେ ବିବାହ କରିଥିଲେ ।