ବେଲବାହାଳି,୪/୫(ଆପ୍ର): ପୋଖରୀରେ ଗାଧୋଉଥିବା ବେଳେ ସ୍ଥାନୀୟ ପୋଖରୀ ପାଣିରେ ବୁଡି ୭ବର୍ଷର ଶିଶୁ ମୃତ । ମୃତ ଶିଶୁ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦରଡିପାଳ ପଞ୍ଚାୟତ ଖଳିପାଟିଆ ଗାଁର ସୁନାରାମ୍ ସୋରେନଙ୍କ ପୁଅ ଅଜୟ ସୋରେନ୍ ବଲି ଜଣା ପଡ଼ିଛି ।
ସୂଚନା ମୁତାବକ, ଖଳିପାଟିଆ ଗାଁର ସୁନାରାମ୍ ସୋରେନଙ୍କ ପୁଅ ଅଜୟ ସୋରେନ୍ ରବିବାର ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଗ୍ରାମବାସୀ ଦେଖି ତାଙ୍କୁ ପାଣିରୁ ଉଦ୍ଧାର କରି ସ୍ଥାନୀୟ କେଶଦୁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।