ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଶୋଇଥିବା ବେଳେ କାମୁଡିଲା ସାପ: ଚାଲିଗଲା ଝିଅର ଜୀବନ, ମାଆ ଓ ପୁଅ ଗୁରୁତର

Published By : Harapriya Sethi | May 4, 2025 1:53 PM

ଭୁବନେଶ୍ୱର,୦୪/୦୫: ଘରେ ଶୋଇଥିବା ବେଳେ କାମୁଡିଲା ସାପ । ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ କୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ମୁତାବକ, କୃଷ୍ଣପୁର ଗାଁରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ ସମବାରୀ ଜୁଆଙ୍ଗ । ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଗୁରୁତର ଦୁଇ ଜଣ ହେଲେ ମା’ କଇଁତା ଜୁଆଙ୍ଗ ଓ ପୁଅ ପରମେଶ୍ବର ଜୁଆଙ୍ଗ । ଶନିବାର ରାତିରେ ଘରେ ତଳେ ଶୋଇଥିବା ବେଳେ ୩ ଜଣଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସକାଳୁ ସ୍ବାମୀ ଶମ୍ଭୁନାଥ ଜୁଆଙ୍ଗ ସ୍ତ୍ରୀ କଇଁତାଙ୍କୁ ଉଠାଇବାକୁ ଯାଇଥିବା ବେଳେ ଘରେ ସାପକୁ ଦେଖିଥିଲେ । ସ୍ତ୍ରୀ କଇଁତାଙ୍କ ସହ ପୁଅ ଏବଂ ଝିଅ ଅଚେତ ଅବସ୍ଥାରେ ପଡିଥିବା ସେ ଦେଖିଥିଲେ । ସଙ୍ଗେ ସଙ୍ଗେ ସାହି ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ଝିଅ ସମବାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମା’ ଠାରୁ କ୍ଷୀର ପିଇ ଶିଶୁପୁତ୍ର ପରମେଶ୍ବର ମଧ୍ୟ ଗୁରୁତର ହୋଇପଡିଥିବା ଜଣାପଡିଛି । ଦୁଇ ଜଣଙ୍କ ଚିକିତ୍ସା  ଜାରି ରହିଛି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.