ଭୁବନେଶ୍ୱର,୦୪/୦୫ : ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା । ମୃତକ ସନ୍ତୋଷ ବଢାଇ ବୋଲି ଜଣାପଡ଼ିଛି । ସମ୍ବଲପୁର ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାର ଗାଁ କୁନି ଡୁମରୀ ପାଖରେ ସନ୍ତୋଷ ବଢାଇଙ୍କୁ କଚାଡି ଦେଇଥିଲା ହାତୀ। ଯାହାପରେ ତୁରନ୍ତ ସନ୍ତୋଷଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ବି ପୋଲିସ ଓ ବନ ବିଭାଗକୁ ଖବର ଦିଆଯାଇଥିଲା । ତଥାପି ବର୍ତ୍ତମାନ ସୁଦ୍ଧା କେହି ପହଞ୍ଚି ନାହାନ୍ତି।