ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ତାଳସାରୀ ସମୁଦ୍ରିକ ଥାନାକୁ ମିଳିଲା ଡ୍ରୋନ କ୍ୟାମେରା; ସୀମାନ୍ତ ଅଂଚଳରେ ନଜର ରଖିବା ହେବ ସହଜ

Published By : Bijay Swain | May 13, 2025 7:24 PM

ଚନ୍ଦନେଶ୍ବର ୧୩/୫(ଆପ୍ର): ବାଲେଶ୍ଵର ଜିଲ୍ଲା ଭୋଗରାଇର ସହାବାଳିପୁର ସୀମାନ୍ତ ଅଂଚଳ ଉପରେ କଡା ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରୋନ କ୍ୟାମେରା ଆସିଛି। ତାଳସାରୀ ସମୁଦ୍ରିକ ଥାନା ଅଧୀନରେ ଏହି କ୍ୟାମେରା ରହିଛି। ଏହାଛଡା ବେଳାଭୂମିରେ ପେଟ୍ରୋଲିଂ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଗାଡି ବି ମିଳିଛି। ଖୁବ ଶିଘ୍ର ସମୁଦ୍ରରେ ପେଟ୍ରୋଲିଂ' ପାଇଁ ଏକ ବୋଟ ପହଂଚିବ ବୋଲି ତାଳସାରୀ ସମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି।

ବିବରଣୀରୁ ପ୍ରକାଶ, ସୀମାନ୍ତ ଅଂଚଳର ସୁରକ୍ଷା ପାଇଁ ୨୦୧ ୪ ଅଗଷ୍ଟରୁ ଉଦୟପୁର ବେଳାଭୂମି ନିକଟରେ ପ୍ରତିଷ୍ଠିତ ହୋଇଛି ତାଳସାରୀ ସାମୁଦ୍ରିକ ଥାନା। ତେବେ ସରକାରଙ୍କ ନିୟମ ମୁତାବକ ଏହି ଆନାରେ ବହୁ ସ୍ୱତନ୍ତ୍ର ଅଧିକାରୀ ,ସମୁଦ୍ର ଉପରେ ନଜର ରଖିବା ପାଇଁ ବିଭିନ୍ନ ଉପକରଣର ଆବଶ୍ୟକ‌ତା ରହିଥିଲା। ତେବେ ପେଟ୍ରୋଲିଂ ପାଇଁ କେବଳ ଗୋଟିଏ ଗାଡି ଓ ଦୂରରୁ ଦେଖିବା ପାଇଁ ଗୋଟିଏ ମାତ୍ର ବାଇନକୁଲର ଉପଲବ୍ଧ ରହିଥିଲା। ଯାହାଦ୍ଵାରା ଉଭୟ ସ୍ଥଳ ଓ ଜଳପଥ ଉପରେ ନଜର ରଖିବା ସମ୍ଭବ ହୋଇ ପାରୁ ନଥିଲା।

ଭୋଗରାଇର ଉଦୟପୁର ଠାରୁ କୀର୍ତନିଆ ୧୦କି.ମି ସୁଦୀର୍ଘ ବେଳାଭୂମି। ଉଦୟପୁର, ତଳସାରୀ,ରଣସିଂହପୁର, କୀର୍ତନିଆ ଆଦି ବେଳାଭୂମିରୁ ପ୍ରତିଦିନ ବହୁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସାମୁଦ୍ରିକ ଥାନା ପକ୍ଷରେ ସମ୍ପୁର୍ଣ୍ଣ ଅସମ୍ଭବ ଥିଲା। ସବୁଠାରୁ ବଡକଥା ତାଳସାରୀ ଠାରୁ ବାଂଲାଦେଶ ଜଳପଥରେ ପ୍ରାୟ ୧୦୦କି.ମି ହେବ। ଏସବୁର ଗୁରୁତ୍ବକୁ ଦୃଷ୍ଟିରେ ରଖି ସରକାର ସାମୁଦ୍ରିକ ଥାନା ଉପରେ ଗୁରୁତ୍ବ ଦେଇଥିବା ଜଣା ପଡିଛି। ଏକ ସପ୍ତାହ ପୂର୍ବରୁ ୨ଜଣ ତଟରକ୍ଷୀ ବାହିନୀ ଯୋଗ ଦେଇଥିଲେ ଏହାଛଡା ବେଳାଭୂମି ଉପରେ ୨୪ ଘଂଟିଆ ନଜର ରଖିବା ପାଇଁ ୧୦ଜଣ ସ୍ଵତନ୍ତ୍ର ପୁଲିସ ଅଫିସର ମଧ୍ୟ ନିଯୁକ୍ତି ପାଇଛନ୍ତି। ମଙ୍ଗଳବାର ଉକ୍ତ ଡ୍ରେନ କ୍ୟାମେରାକୁ ତାଳସାରୀରେ ପରୀକ୍ଷଣ କରା ଯାଇଛି। ବହୁ ଦୂରରୁ ଏହା ଲୋକଙ୍କ ଗତିବିଧ ଉପରେ ନଜର ପକାଇ ପାରିବ। 

ଏବେ ଆଗ ଅପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ସବୁଦିନ ନିୟମିତ ଭାବେ ବେଳାଭୂମିରେ ପେଟ୍ରୋଲିଂ, ସୀମାନ୍ତ ଓ ସମୁଦ୍ର ଉପରେ କଡା ନଜର ରଖାଯିବ। ଏଥିରେ ଥାନା ଅଧିକାରିଣୀ ଶ୍ରୀମତୀ ସୋରେନଙ୍କ ସମେତ ଏଏସଆଇ ପିଥ ହେମ୍ବ୍ରମ,ତଟରକ୍ଷୀ ବାହିନୀ ବିଶ୍ଵମ୍ବର ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.