ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମଙ୍ଗଳବାର ରତ୍ନଭଣ୍ଡାର କମିଟି ଦ୍ୱିତୀୟ ବୈଠକ: ଉପସ୍ଥାପିତ ହେବ ରତ୍ନଭଣ୍ଡାର ଚାବି, ଏସ୍‌ଓପି ଅନୁମୋଦନ କରାଯିବ

ପୁରୀ, ୦୯/୦୭: ମଙ୍ଗଳବାର ଦିନ ୧୦ରେ ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର  ରତ୍ନ ଗଣତିମଣତି ନେଇ ନବଗଠିତ କମିଟିର  ଦ୍ୱିତୀୟ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିବାକୁ ଥିବା ଏହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର । ମହାପ୍ରଭୁ ନବଦିନାଙ୍କ ଘୋଷଯାତ୍ରାରେ ଆଡପ ମଣ୍ଡପ ଅଭିମୁଖେ  ବିଜେ କରିସାରିଛନ୍ତି । ତେଣୁ ଏହି ସମୟରେ  ରତ୍ନଭଣ୍ଡାର ଖୋଲି ରତ୍ନକୁ ଅନ୍ୟତ୍ର ସ୍ଥାନାନ୍ତର  କରି ଗଣତିମଣତି କରିବା ଓ ରତ୍ନଭଣ୍ଡାର  ମରାମତି ଉପରେ ସରକାର ପଦକ୍ଷେପ ନେବେ  ବୋଲି ଚର୍ଚ୍ଚା ହେଉଛି । ସେପଟେ ମଙ୍ଗଳବାର  ବସିବାକୁ ଥିବା ବୈଠକରେ ରତ୍ନଭଣ୍ଡାର ଚାବି  ଉପସ୍ଥାପିତ ହେବ ବୋଲି ଜଣାପଡ଼ିଛି । ଯେଉଁ  ଚାବିକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ତାହା  ଉପରୁ ଅସନ୍ତାକାଲି ଦ୍ୱନ୍ଦ୍ୱ ହଟିବ ବୋଲି କମିଟି  ସଦସ୍ୟ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ  ରେକର୍ଡ ରୁମ୍‌ରୁ ଗୋଟିଏ ନକଲି ଚାବି  ପ୍ୟାକେଟ ମିଳିବା ପରେ ଆଉ ଦୁଇଟି ଚାବି  ପ୍ୟାକେଟ ମଧ୍ୟ ମିଳିଥିଲା ଏବଂ ଏହାକୁ ଜିଲ୍ଲା  ଟ୍ରେଜେରୀ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିବା କମିଟି  ସଦସ୍ୟଙ୍କୁ ସୂତ୍ରରୁ ଜଣାପଡ଼ିଛି । ଏସବୁ କାଲି  କମିଟି ଆଗରେ ପ୍ୟାକେଟ ଭିତରୁ ଖୋଲାଯିବ । 

ଏହି ଚାବିଗୁଡ଼ିକ ଭିତର ରତ୍ନଭଣ୍ଡାରର  ବୋଲି କୁହାଯାଉଛି । ପୂର୍ବରୁ ମିଳିଥିବା ନକଲି  ଚାବି ଓ ପରେ ମିଳିଥିବା ଚାବିଗୁଡ଼ିକ ବାବଦରେ ବୈଠକରେ ଆଲୋଚନା ହେବ । ଭିତର  ରତ୍ନଭଣ୍ଡାର ଗେଟ୍‌ରେ ୩ଟି ତାଲା ପଡ଼ିଛି ।  ଗୋଟିଏ ଜଉମୁଦ ଦିଆଯାଇଥିବା ବେଳେ ବାକି ଦୁଇଟି ଜଉମୁଦ ଦିଆଯାଇନାହିଁ । ତେଣୁ ଏହି  ୩ଟି ତାଲା ଖୋଲିବା ନିମନ୍ତେ କେତୋଟି ସେଟ୍‌  ଚାବି ଜିଲ୍ଲା ଟ୍ରେଜେରୀରେ ରହିଛି ତାହା ବୈଠକ  ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । 

ସେହିପରି ରତ୍ନଭଣ୍ଡାର ଖୋଲି ରତ୍ନ  ଗଣତିମଣତି ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ  କରିଥିବା ଏସ୍‌ଓପି ବୈଠକରେ ଉପସ୍ଥାପିତ  ହେବ । ଆଲୋଚନା ପରେ ଏହା କମିଟି  ଅନୁମୋଦନ କଲେ ଶ୍ରୀମନ୍ଦିର ପରିଚାଳନା କମିଟି  ଅନୁମୋଦନ ନିମନ୍ତେ ଯିବ । ଏଥିନିମନ୍ତେ ଆସନ୍ତା  ୨ରୁ ୩ଦିନ ଭିତରେ ଶ୍ରୀମନ୍ଦିର ପରିଚାଳନା  କମିଟିର ଜରୁରୀ ବୈଠକ ମଧ୍ୟ ହେବାକୁ ଯାଉଛି ।

  • PrameyaOdia
  • prameya
  • puri
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.