ପ୍ରମୂଖ ଖବର
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାଜସ୍ଥାନ ହାଇକୋର୍ଟଙ୍କ ରାୟ: ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହ ରହିବା ଅପରାଧ ନୁହେଁ...

ଜୟପୁର,୨୩/୦୫: ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ତାଙ୍କ ସହିତ ଏକତ୍ର ରହନ୍ତି ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବ ନାହିଁ । ରାଜସ୍ଥାନ ହାଇକୋର୍ଟ ନିକଟରେ ଏହି ରାୟ ଦେଇଛନ୍ତି । ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାରୁ ତାଙ୍କ ବିରୋଧରେ ତାଙ୍କର ପତ୍ନୀ ଦ୍ୱିତୀୟ ବିବାହ ଅପରାଧର ଅଭିଯୋଗ ଆଣିଥିଲେ । ସେହି ମାମଲାର ଶୁଣାଣି କରି ଜଷ୍ଟିସ୍‌ କୁଲଦୀପ ମାଥୁର ମେ ୭ ଏହି ଟିପ୍ପଣୀ ଦେଇଥିଲେ । 

ଜଷ୍ଟିସ୍‌ ମାଥୁର କହିଥିଲେ, ଯଦି କେହି ପୁରୁଷ କିମ୍ବା ମହିଳା ନିଜର ପତ୍ନୀ/ସ୍ୱାମୀଙ୍କ ଜୀବିତାବସ୍ଥାରେ ଦ୍ୱିତୀୟ ବିବାହ କରନ୍ତି ତା’ହେଲେ ଆଇପିସିର ଧାରା ୪୯୪ ଅନୁସାରେ ତାହା ଦଣ୍ଡନୀୟ ଅପରାଧ ହେବ । କିନ୍ତୁ ବର୍ତ୍ତମାନ ଥିବା ଆଇନ ଅନୁସାରେ ଯଦି କେହି ପୁରୁଷ ଓ ମହିଳା ବୈଧ ବିବାହ କରିନାହାନ୍ତି ତା’ହେଲେ କେବଳ ପତି-ପତ୍ନୀ ଭାବେ ଏକାଠି ରହିଲେ ଆଇପିସିର ଧାରା ୪୯୪ ଅନୁସାରେ ତାହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ । ଏହି ମାମଲାରେ ବ୍ୟକ୍ତିଜଣକ ଦ୍ୱିତୀୟ ବିବାହ କରିଥିବାର କୌଣସି ପ୍ରମାଣ ମିଳୁନାହିଁ । 

ସୂଚନାଥାଉକି, ବ୍ୟକ୍ତିଙ୍କର ପତ୍ନୀ ତାଙ୍କ ବିରୋଧରେ ଦ୍ୱିତୀୟ ବିବାହ, କ୍ରୁରତା ଓ ଅନ୍ୟ ଅଭିଯୋଗ ଆଣିଥିଲେ । ଟ୍ରାଏଲ କୋର୍ଟ ସେହି ଅଭିଯୋଗର ଶୁଣାଣି କରି ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ । ପରେ ବ୍ୟକ୍ତିଜଣକ ଟ୍ରାଏଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.