ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ବିଜେପି ସାଂସଦ

ତ୍ରିଶୁର (କେରଳ): କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ ଇଣ୍ଡିଆ’ ବୋଲି କହିଛନ୍ତି । ସେହିଭଳି ଦିବଂଗତ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାକରଣଙ୍କୁ ‘ସାହସୀ ପ୍ରଶାସକ’ର ଆଖ୍ୟା ଦେଇଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା କରୁଣାକରଣ ଏବଂ କମ୍ୟୁନିଷ୍ଟ ନେତା ଡିକେ ନୟନାରଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ସୁରେଶ ଗୋପି କହିଛନ୍ତି ।

କୁନକୁନ୍ନମରେ ଥିବା କରୁଣାକରଣଙ୍କ ସ୍ମାରକୀ ‘ମୂରଲୀ ମନ୍ଦିର’ରୁ ଫେରିବାପରେ ସୁରେଶ ଗୋପି ସାମ୍ବାଦିକଙ୍କୁ ଏଭଳି କହିଛନ୍ତି । ବଡ଼ କଥା ହେଉଛି, ତ୍ରିଶୁର ଆସନରୁ କରୁଣାକରଣଙ୍କ ପୁଅ ଏବଂ କଂଗ୍ରେସ ନେତା କେ. ମୂରଲୀଧରଣଙ୍କୁ ପରାସ୍ତ କରିଛନ୍ତି ସୁରେଶ ଗୋପି । କରୁଣାକରଣଙ୍କ ସ୍ମାରକୀ ଯିବାକୁ ନେଇ ରାଜନୀତି ନକରିବାକୁ ବିଜେପି ନେତା ସୁରେଶ ଅନୁରୋଧ କରିଛନ୍ତି । 

ନୟନାର ଏବଂ ତାଙ୍କ ପତ୍ନୀଙ୍କ ଶାରଦାଙ୍କ ଭଳି କରୁଣାକରଣ ଏବଂ ତାଙ୍କ ପତ୍ନୀଙ୍କ ସହ ଭଲ ସଂପର୍କ ରହିଥିଲା ବୋଲି ସେ କହିଛନ୍ତି ।   ଏହା ପୂର୍ବରୁ ସୁରେଶ ଗୋପି ଜୁନ୍‌ ୧୨ରେ ନୟନାରଙ୍କୁ ଘରକୁ ଯାଇଥିଲେ । ସେ କହିଛନ୍ତି ତାଙ୍କ ପାଇଁ ଇନ୍ଦିରା ଗାନ୍ଧୀ ‘ମଦର ଅଫ ଇଣ୍ଡିଆ’ ହୋଇଥିବା ବେଳେ କରୁଣାକରଣ ‘ରାଜ୍ୟରେ କଂଗ୍ରେସର ଦଳର ପିତା’ ।ଅଭିନେତାରୁ ନେତା ହୋଇଥିବା ସୁରେଶ ୨୦୧୯ରେ ମୂରଲୀ ମନ୍ଦିର ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ କରୁଣାକରଣଙ୍କ ଝିଅ ପଦ୍ମଜା ବେଣୁଗୋପାଳ ତାଙ୍କୁ ସେଠାକୁ ଯିବାକୁ ଦେଇନଥିଲେ ।

ସୁରେଶ ଗୋପି ସହରର ପ୍ରସିଦ୍ଧ ଚର୍ଚ୍ଚକୁ ଯାଇଥିଲେ ଏବଂ ପ୍ରାର୍ଥନା କରିଥିଲେ । ତେବେ ଗୋପି କେରଳର ତ୍ରିଶୁର ଆସନରୁ ବିଜୟୀ ହୋଇ ବିଜେପିର ଖାତା ଖୋଲିଛନ୍ତି । ଏହି ଆସନରେ ତ୍ରିକୋଣୀୟ ଲଢ଼େଇ ହୋଇଥିଲା । କଂଗ୍ରେସ, ବିଜେପି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ ଟକ୍କର ହୋଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.