ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

‘ଯିଏ ମୋତେ ଛାଡିକି ଯାଇଛନ୍ତି, ତାଙ୍କୁ ପୁଣିଥରେ ନେବୁନି’, ଫେରିବାକୁ ଚାହୁଁଥିବା ନେତାଙ୍କୁ ରୋକଠୋକ୍ ଶୁଣାଇଲେ ଉଦ୍ଧବ

ନୂଆଦିଲ୍ଲୀ,୧୫।୬:  ଲୋକସଭା ନିର୍ବାଚନ ୨୦୨୪ରେ ମହା ବିକାଶ ଅଘାଡି(ଏମ୍‌ବିଏ)ର ଜିତିବାରେ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଖୁବ୍ ଉତ୍ସାହିତ ଅଛନ୍ତି। ଶନିବାର ସେ ଘୋଷଣା କରିଛନ୍ତି, ବିରୋଧି ମେଣ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକାଠି ଲଢିବ। ଏହା ସହ ଠାକରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଯାଇଥିବା ନେତା  ତାଙ୍କ ପାଖକୁ ଫେରିବାର ସମ୍ଭାବନା ହିଁ ନାହିଁ। ସେ କହିଛନ୍ତି, ଯେଉଁ ଲୋକ ମୋତେ ଛାଡିକି ଚାଲି ଯାଇଛନ୍ତି, ତାଙ୍କୁ ପାର୍ଟିକୁ ଫେରାଇ ଅଣାଯିବ ନାହିଁ।’

ଠାକରେ ଏନସିପି ମୁଖ୍ୟ ଶରଦ ପାଓ୍ବାର, କଂଗ୍ରେସ ନେତା ପୃଥ୍ବୀରାଜ ଚହ୍ବାଣ ଓ ମେଣ୍ଟର ଅନ୍ୟ ବରିଷ୍ଠ ନେତାଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ। ସେ କହିଛନ୍ତି, ଏହା ସମ୍ବିଧାନ ଓ ଲୋକତନ୍ତ୍ର ଓ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଲଢେଇ ଚାଳିଥିଲା। ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସରକାର ମୋଦି ସରକାର ଥିଲା ଓ ଏବେ ଏହା ଏନ୍‌ଡିଏ ସରକାର ହୋଇଯାଇଛି। ଏବେ ଦେଖିବାର ଅଛି ଏହା କେତେ ଦିନ ଚାଲୁଛି ?

ଠାକରେ କହିଛନ୍ତି, ମୋଦି କ’ଣ ନ୍ୟାରେଟିଭ୍ ବ୍ୟବହାର କରିଛନ୍ତି ? ମଙ୍ଗଳ ସୁତ୍ର ନ୍ୟାରେଟିଭ୍ କ’ଣ ଥିଲା ? ବିଜେପି ନିଜେ ୪୦୦ ପାର ବୋଲି କହୁଥିଲା। ଅଛେ ଦିନର ନ୍ୟାରେଟିଭ୍ କ’ଣ ହେଲା। ମୋଦି ଗ୍ୟାରେଣ୍ଟିର କ’ଣ ହେଲା ? ସେ କେନ୍ଦ୍ରର ବିଜେପି ସରକାରଙ୍କ ତୁଳନା ତିନି ଚକିଆ ରିକ୍ସା ସହିତ କରିଥିଲେ। ଗତ ଏମ୍‌ଭିଏ ସରକାରର ବର୍ଣ୍ଣାନା କରି ଫଡନାଭିସ୍‌ ମଧ୍ୟ ଏଭଳି ଶବ୍ଦର ବ୍ୟବହାର କରିଥିଲେ। ସେ କହିଛନ୍ତି, ଫଡନାଭିସ୍‌ ଆମକୁ କୁହନ୍ତୁ, ଆମ ସରକାର ରିକ୍ସାର ତିନି ଚକ ଭଳି, କେନ୍ଦ୍ରର ବିଜେପି ସରକାରର ସ୍ଥିତି ମଧ୍ୟ ସେଭଳି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.