ପ୍ରମୂଖ ଖବର
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଦୁଇ ଦିନ ପାଇଁ ଦିଲ୍ଲୀ ମେଟ୍ରୋ ଚାଳନା ସମୟରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୬/୬:  ଦୁଇ ଦିନ ପାଇଁ ଟ୍ରେନ୍ ଚାଳନା ସମୟରେ ପରିବର୍ତ୍ତନ କରିଛି ଦିଲ୍ଲୀ ମେଟ୍ରୋ । ଦିଲ୍ଲୀ ମେଟ୍ରୋର 'ୟେଲୋ ଲାଇନ୍‌' ଜନକପୁରୀ ପଶ୍ଚିମରୁ ଆର. କେ ଆଶ୍ରମ କରିଡରରେ ୪୯୦ ମିଟର ବିଭାଗରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଏନେଇ ରବିବାର ଅର୍ଥାତ ଆଜି ଏବଂ ଆସନ୍ତାକାଲି ପ୍ରଥମ ଏବଂ ଅନ୍ତିମ ଟ୍ରେନ୍ ସମୟରେ ପରିବର୍ତ୍ତନ କରାଯାଇଥିବା ଅଧିକାରିକ ସୂଚନାରୁ ପ୍ରକାଶ ହୋଇଛି ।

ଏନେଇ ଦିଲ୍ଲୀ ମୋଟ୍ରୋ ରେଳ କର୍ପୋରେସନର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁଜ ଦୟାଲଙ୍କ କହିଛନ୍ତି ଯେ,  ରବିବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର, ଗୁରୁଗ୍ରାମ ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୧୦ଟା ୪୫ରେ ପ୍ରସ୍ଥାନ କରିବ। ସେହିପରି ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମରୁ ସମୟପୁର ବାଦଲି ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୯ଟା ୩୦ରେ ପ୍ରସ୍ଥାନ କରିବ । ଅନ୍ୟପଟେ ସୋମବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମ ପାଇଁ ପ୍ରଥମ ଟ୍ରେନ୍ ସେବା ସକାଳ ୬ଟା ପରିବର୍ତ୍ତେ ସକାଳ ୭ଟାରୁ ଆରମ୍ଭ ହେବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୟପୁର ବାଦଲି ଏବଂ ଜହାଙ୍ଗିରପୁରୀର ଛୋଟ ବିଭାଗ ମଧ୍ୟରେ ରବିବାର ରାତି ୧୧ଟା ପରେ ଏବଂ ସୋମବାର ସକାଳ ୭ଟା ପୂର୍ବରୁ କୌଣସି ଟ୍ରେନ୍ ସେବା ଉପଲବ୍ଧ ହେବ ନାହିଁ । ଏହି ଅବଧି ମଧ୍ୟରେ ଜହାଙ୍ଗିରପୁରୀରୁ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମ ପର୍ଯ୍ୟନ୍ତ ‘ୟେଲୋ ଲାଇନ୍‌’ର ଶେଷ ପ୍ରମୁଖ ବିଭାଗରେ ସାଧାରଣ ଟ୍ରେନ୍ ସେବା ଉପଲବ୍ଧ ରହିବ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.