ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଲୋଟସ ପଣ୍ଡ୍ ହାଉସ ସମ୍ମୁଖ ସେଡ୍ ଉଚ୍ଛେଦ

ନୂଆଦିଲ୍ଲୀ,୧୬/୬: ଉଚ୍ଛେଦ ହେଲା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଲୋଟସ ପଣ୍ଡ୍ ହାଉସ ସମ୍ମୁଖ ସେଡ୍ । ଏହା ଫୁଟପାଥକୁ ଲାଗି ରହିଥିବା ବେଳେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା।  ତେଣୁ ଏହା ବିରୋଧରେ ଅଭିଯୋଗ ହେବା ପରେ ନିଗମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୋଟସ ପଣ୍ଡ ସାମନାରେ ଥିବା ଜଗନଙ୍କ ବାସଭବନର ସୁରକ୍ଷାକର୍ମୀଙ୍କ ସେଡକୁ ଉଚ୍ଛେଦ କରାଯାଇଛି ।

ତେବେ ଚଳିତ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁ ସରକାର ପୁଣି ଥରେ ଆନ୍ଧ୍ର ପ୍ରଦେଶର ଶାସନ ଗାଦି ହାତେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଜଗନ ମୋହନ ରେଡ୍ଡୀ କିଛି ଦିନ ତଳେ ଇସ୍ତଫା ଦେଇଛନ୍ତି । ପ୍ରାୟ ୬ ମାସ ପୂର୍ବେ ଏହି ଲୋଟସ ପଣ୍ଡ ସାମନାରେ ଥିବା ବେଆଇନ ସେଡ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗତକାଲି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହାଇଦ୍ରାବାଦ ମହାନଗର ନିଗମ । ସାର୍ବଜନୀନ ସ୍ଥାନରେ ଏହା ନିର୍ମାଣ କରାଯାଇଥିବାରୁ କଲୋନୀ ବାସିନ୍ଦାଙ୍କ ଯାତୟତରେ ସମସ୍ୟା ହେଉଥିଲା । ତେଣୁ ଏହାକୁ ଉଚ୍ଛେଦ କରାଯାଇଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.