ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଗୋରଖପୁରରେ ସିଏମ୍ ଯୋଗୀ ଏବଂ ମୋହନ ଭାଗବତ, ଆଜି ହେବ କି ବୈଠକ ?

ଲକ୍ଷ୍ନୌ, ୧୬/୬ :   ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ୩ଦିବସୀୟ ଗସ୍ତରେ ଗୋରଖପୁରରେ ପହଞ୍ଚିଛନ୍ତି । ଯେଉଁଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ସ୍ବୟଂସେବକଙ୍କ ଶିବିରରେ ଶନିବାର ଭାଗ ନେଉଛନ୍ତି । ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ଲୋକସଭା ନିର୍ବାଚନରେ ଲାଗିଥିବା ଝଟକାକୁ ଦେଖି ଭାଗବତ ଏବଂ ଆଦିତ୍ୟନାଥଙ୍କ ମଧ୍ୟରେ ଭେଟକୁ ନେଇ ବହୁ ଅନୁମାନ କରାଯାଉଛି । ଉଭୟ ନେତାଙ୍କ ଭେଟ ଶନିବାର ହେବାର ଥିଲା । ଯାହାକୁ ଦୁଇ ଥର ଅପରାହ୍ନ ଏବଂ ପରେ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଥିଲା । ମାତ୍ର ବିଳମ୍ବିତ ରାତି ଯାଏ ଉଭୟଙ୍କ ଭେଟ ହୋଇପାରି ନଥିଲା । ପରେ ଆରଏସଏସ ସୂତ୍ର ପକ୍ଷରୁ କୁହାଯାଇଛି କି କୌଣସି ଭେଟଘାଟର ଘୋଷଣା କରାଯାଇନାହିଁ । ‘କାର୍ଯ୍ୟକର୍ତ୍ତା ଶିବିର’ରେ ଭାଗ ନେବାକୁ ବୁଧବାର ଗୋରଖପୁରରେ ପହଞ୍ଚିଥିବା ଭାଗବତ ଆରଏସଏସ ଶିବିରରେ ରହୁଛନ୍ତି ଏବଂ ରବିବାର ପର୍ଯ୍ୟନ୍ତ ଏଠାରେ ହିଁ ରହିବେ । 

ପ୍ରକାଶ ଯେ, ଲୋକସଭା ନିର୍ବାଚନ ସମୟରେ ରାଜ୍ୟରେ ବିଜେପିର ପ୍ରଦର୍ଶନକୁ ଦେଖି ସିଏମ୍ ଯୋଗୀ ଏବଂ ମୋହନ ଭାଗବତଙ୍କ ଭେଟ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କୁହାଯାଉଛି କି ଏହି ସମୟରେ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଏବଂ ଉତ୍ତରପ୍ରଦେଶରେ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ହୋଇପାରେ । ଏଭଳି ସ୍ଥଳେ ଭାଗବତ ଏବଂ ଯୋଗୀଙ୍କ ଏହି ଭେଟ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି । ବିଶେଷ କରି ଯେତେବେଳେ ବିଜେପି ୟୁପି ଭଳି ନିଜ ଗଡ଼ରେ ପରାଜୟର ସାମ୍ନା କରିବାକୁ ପଡ଼ିଲା ।

ଏସବିଏମ୍ ପବ୍ଲିକ ସ୍କୁଲରେ ୩ଜୁନରୁ ଚାଲୁଥିବା କାର୍ଯ୍ୟକର୍ତ୍ତା ବିକାଶ ବର୍ଗରେ ସଂଘ ପ୍ରମୁଖ ଗୁରୁବାର କାର୍ଯ୍ୟକର୍ତ୍ତାଙ୍କ ସହ ବୈଦ୍ଧିକ ବୈଠକ କରିଛନ୍ତି । ସେ ସ୍ବୟଂସେବକଙ୍କୁ ତାଙ୍କର କାର୍ଯ୍ୟକୁଶଳତାର ମନେ ପକାଇ ସଂଘ ଲାଗି ଉପଯୋଗୀ ହେବା କ୍ଷେତ୍ରରେ ମନ୍ତ୍ର ଦେଇଛନ୍ତି । ସେ ସଂଘର ବରିଷ୍ଠ ସ୍ବୟଂସେବକଙ୍କୁ ସଂଘର ବିସ୍ତାରର ଚିନ୍ତା କରିବାକୁ କହିଛନ୍ତି, ଲୋକଙ୍କୁ ସଂଘ ସହ ଯୋଡ଼ିବା ଲାଗି ନିଜ ପୂରା କ୍ଷମତାର ସହ କାମ କରନ୍ତୁ । ନା କେବଳ ସହର ଗଳି ପର୍ଯ୍ୟନ୍ତ ପହଞ୍ଚନ୍ତୁ । ବରଂ ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପହଞ୍ଚିବାର ସୁନିଶ୍ଚିତ କରନ୍ତୁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.