ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ଘାତକ ବୋଲିଂରେ ରାଜସ୍ଥାନ ରୟାଲ୍ସ(ଆରଆର) ଧରାଶୟୀ। ଆରଆରର ବ୍ୟାଟ୍ସମ୍ୟାନ୍ମାନଙ୍କୁ ମାତ୍ର ୧୫୧ ରନରେ ଅଟକାଇ ଦେଇଛି କେକେଆର୍। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିବା ରିୟାନ୍ ପରାଗଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। କେକେଆର୍ ପାଇଁ ବୈଭବ ଅରୋଡ଼ା, ହର୍ଷିତ ରାଣା, ମୋଇନ୍ ଅଲ୍ଲୀ ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ସ୍ପେସର ଜନସନ୍ ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ଏକ ସଫଳତା ହାସଲ କରିଛନ୍ତି।
ରାଜସ୍ଥାନର ଆରମ୍ଭ ଦମ୍ଦାର ଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ ସଞ୍ଜୁ ସାମସନ୍ ପ୍ରଥମ ଓ୍ଵିକେଟ୍ ପାଇଁ ୩୩ ରନର ଭାଗୀଦାରୀ କରିଥିଲେ। ଚତୁର୍ଥ ଓଭରରେ ବୈଭବ ଅରୋଡ଼ା ସାମସନ୍ଙ୍କୁ ବୋଲ୍ଡ କରି ପ୍ରଥମ ୱିକେଟ ଖସାଇଥିଲେ। ସାମସନ୍ ୧୧ ବଲ୍ରୁ ୧୩ ରନ କରି ଆଉଟ୍ ହୋଇଥିଲେ। ଏହାପରେ ରିୟାନ୍ ପରାଗ ଏବଂ ଜୟସ୍ୱାଲ ଦ୍ୱିତୀୟ ଓ୍ଵିକେଟ୍ ପାଇଁ ୩୪ ରନ ଯୋଡ଼ିଥିଲେ। ଅଧିନାୟକ ପରାଗ ୨୫ ରନ କରି ପ୍ୟାଭିଲିୟନ୍ ଫେରିଥିଲେ।
ରାଜସ୍ଥାନ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୩୩ ରନର ଇନିଂସ୍ ଖେଳିଥିଲେ। ତାଙ୍କ ବ୍ୟତୀତ ନୀତୀଶ ରାଣା ୮, ଓ୍ଵାନିନ୍ଦୁ ହସରଙ୍ଗା ୪, ଶୁଭମ ଦୁବେ ୯ ଏବଂ ଜୋଫ୍ରା ଆର୍ଚର ୧୬ ରନ କରିଥିଲେ। ଅନ୍ୟପକ୍ଷରେ ମହୀଶ ତୀକ୍ଷଣା ୧ ରନ ଓ ତୁଷାର ଦେଶପାଣ୍ଡେ ୨ ରନ କରି ଅପରାଜିତ ରହିଥିଲେ।
ଏବେ କେକେଆର୍ ଏହି ୧୫୨ ରନର ଲକ୍ଷ୍ୟକୁ ପିଛା କରିବା ପାଇଁ ମଇଦାନକୁ ଓହ୍ଲାଇବ। ମ୍ୟାଚ୍ର ଫଳାଫଳ ଏହି ଦଳର ବ୍ୟାଟିଂ ପ୍ରଦର୍ଶନ ଉପରେ ନିର୍ଭର କରୁଛି।