ଉତ୍ତରପ୍ରଦେଶ, ୧୦/୧୦ : ଉତ୍ତରପ୍ରଦେଶରେ ଏହି ସପ୍ତାହର ଶେଷ ତିନି ଦିନ ଛୁଟି ରହିବ । ଶନିବାର ଏବଂ ରବିବାର ବ୍ୟତୀତ ଏବେ ଶୁକ୍ରବାର ବି ସାର୍ବଜନିକ ଛୁଟିର ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ସଂଗଠନର ଦାବି ଏବଂ ଶୁକ୍ରବାର ନବମୀ ଉତ୍ସବ ପଡ଼ିବାରୁ ଆବଶ୍ୟକ ସେବାକୁ ଛାଡ଼ି ୧୧ଅକ୍ଟୋବରକୁ ସାର୍ବଜନିକ ଛୁଟି ଘୋଷଣା କରିବାକୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଲି ରାମନବମୀ ଅବସରରେ ଆବଶ୍ୟକ ସେବାକୁ ଛାଡ଼ି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଲାଗି ଛୁଟି ଘୋଷଣା କରିବାକୁ ଘୋଷଣା କରିଛନ୍ତି । ଏଭଳି ସ୍ଥଳେ ଏବେ ଶୁକ୍ରବାର ନବମୀ ଦିନ ପରିଷଦୀୟ ବିଦ୍ୟାଳୟ ବନ୍ଦ ରହିବ । ବୈଷୟିକ ଶିକ୍ଷା ବିଭାଗ ଏହି ବିଷୟରେ ଆଦେଶ ଜାରି କରିଛନ୍ତି ।