ଦାରିଙ୍ଗବାଡ଼ି, ୨୧/୩ : ଦାରିଙ୍ଗବାଡ଼ି ଲ୍ୟାମ୍ପ୍ ଆଗରେ ବୋର୍ଡ କମିଟିର ସଦସ୍ୟଙ୍କ ଆମରଣ ଅନଶନ ଜାରି। ଅନେକ ସଦସ୍ୟ ଅସୁସ୍ଥ। ବିଭିନ୍ନ ଦାବି ନେଇ ବୋର୍ଡ କମିଟି ସଦସ୍ୟ ଗୁରୁବାର ଠାରୁ ଆମରଣ ଅନଶନରେ ବସିଛନ୍ତି। ଧୀରେଧୀରେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଅନଶନରେ ବସିଥିବା ସଦସ୍ୟଙ୍କ ରକ୍ତଚାପ, ଡାଏବେଟିସ୍, ହୃଦରୋଗ ଆଦି ରୋଗଥିବା ବେଳେ ଜଣେ ଶାରୀରିକ ଭିନ୍ନକ୍ଷମ ଅଟନ୍ତି।
ଯଥାଶୀଘ୍ର ଯଦି କିଛି ସମାଧାନ ନହୁଏ ତାହେଲେ ପରିସ୍ଥିତି ଭୟଙ୍କର ହେବ। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ। ଆଗକୁ ଯଦି କାହାର କିଛି କ୍ଷତି ହୁଏ ତାହାଲେ ଲ୍ୟାମ୍ପ କତ୍ତୃପକ୍ଷ ସମ୍ପୂଣ୍ଣ ଦାୟୀ ରହିବେ ବୋଲି ସଦସ୍ୟମାନେ କହିଛନ୍ତି। ସୂଚନା ପ୍ରକାରେ, ଦାରିଙ୍ଗବାଡି ଲ୍ୟାମ୍ପରେ ଖାଲି ରହିଥିବା ୧୨ଟି ବିକ୍ରେତା ପଦବୀ ପୂରଣ ସହ ପୂର୍ବତନ ଏମଡି ଅଗାଧୁ ମହାରଣାଙ୍କୁ ସମ୍ପୂର୍ଣ୍ଣ ଆବ୍ୟାହତି ନେଇ ଲ୍ୟାମ୍ପ୍ କମିଟିର ସଦସ୍ୟ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଦାରିଙ୍ଗବାଡ଼ି ଲ୍ୟାମ୍ପ୍ ଆଗରେ ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ଧାରଣା