ନୂଆଦିଲ୍ଲୀ,୧୮/୦୪: ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ପରେ ଖୁବଶୀଘ୍ର ଭାରତ ଫେରିବ ପିଏନ୍ବି ଘୋଟଲାର ସୁତ୍ରଧର ମେହୁଲ ଚୋକସୀ । ଭାରତ ସରକାର ବେଲଜିୟମ୍ ସରକାରଙ୍କ ସହ ମିଶି ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସୀକୁ ପ୍ରତ୍ୟର୍ପଣ କରିବାକୁ ପ୍ରକ୍ରିୟା ଜୋରଦାର କରିଛନ୍ତି । ବେଲଜିୟମ ସରକାରଙ୍କ ସହିତ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରଣବୀର ଜୈସ୍ୱାଲ । ସେପଟେ ଚୋକସୀ କେଉଁ ଦେଶର ନାଗରିକ ଜଣାଇବାକୁ ଇଡିକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟର୍ପଣ ନେଇ ବୈଦେଶିକ ବ୍ୟାପାର ମୁଖପାତ୍ର ରଣବୀର ଜୈସ୍ୱାଲ କହିଛନ୍ତି, ଭାରତର ଅନୁରୋଧ ଆଧାରରେ ବେଲିଜିୟମରୁ ମେହୁଲ ଚୋକସୀଙ୍କୁ ଗିରଫ କରାଯାଇଥିଲା । ଆମେ ବେଲଜିୟମ ଅଧିକାରୀଙ୍କ ସହିତ ମିଶି କାମ କରୁଛୁ ଫଳରେ ମେହୁଲକୁ ଭାରତ ଅଣାଯାଇପାରିବ ଓ ମକଦ୍ଦମା ଆଗକୁ ବଢିବ ।
ଅଧିକ ପଢନ୍ତୁ...ପିଏନବି ଘୋଟାଲା; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଜାଲରେ ପଡ଼ିଥିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ର ୧୪ ହଜାର କୋଟି ମହାଘୋଟଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିଗୁଡିକର ପ୍ରତ୍ୟର୍ପଣ ଆବେଦନ ପରେ ଏପ୍ରିଲ ୧୨ରେ ତାଙ୍କୁ ଗିରଫ କରିଥିଲା ବେଲଜିୟମ ପୋଲିସ । ପିଏନ୍ବିରୁ କୋଟି କୋଟି ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲେ ମେହୁଲ । ବର୍ଷ ବର୍ଷ ଧରି କୋର୍ଟ ଏବଂ ତଦନ୍ତ ଏଜେନ୍ସିଗୁଡିକୁ ଚକମା ଦେବା ପରେ ଶେଷରେ କବ୍ଜାକୁ ଆସିଥିଲେ । ୬୫ ବର୍ଷୀୟ ଚୋକ୍ସୀଙ୍କୁ ବେଲଜିୟମରୁ ଏକ ହସ୍ପିଟାଲରୁ ଗିରଫ କରାଯାଇଥିଲା । ୨୦୧୮ରୁ ଫେରାର ଥିବା ମେହୁଲ ପୂର୍ବରୁ ବି ଗିରଫ ହୋଇ ଖସିଥିଲେ । ପତ୍ନୀ ପ୍ରୀତିଙ୍କ ସହିତ ମେହୁଲ ବେଲଜିୟମରେ ରହୁଥିଲେ ।