ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା : ୨ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି /ଚିତ୍ରକୋଣ୍ଡା ୧୩/୧୦ (ଆପ୍ର ): ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଥମିବାର ନା ଧରୁ ନାହିଁ। ଗାଁ କୁ ରାସ୍ତା ନଥିବା ରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଦୁଇ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ବଡପଦର ପଞ୍ଚାୟତ ସମରରାଙ୍ଗନୀ ଗ୍ରାମlରେ ଏହି ଘଟଣା ଦେଖିବାକୁ ମିଳିଛି। 

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ବଡପଦର ପଞ୍ଚାୟତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଶନିବାର ସକାଳୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ସ୍ତ୍ରୀର ଯନ୍ତ୍ରଣା ଦେଖି ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଚିତ୍ରକୋଣ୍ଡା ମେଡିକାଲ ନେବା ପାଇଁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସଟି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚି ପାରି ନଥିଲା । ଗାଁ ଠାରୁ ଦୁଇ କିଲୋମିଟର ଦୂର ରେ ଅଟକି ରହିଯାଇଥିଲା। ଫଳରେ ବାଧ୍ୟ ହୋଇ ଗର୍ଭବତୀଙ୍କ ସ୍ୱାମୀ ଓ  ଆମ୍ବୁଲାନ୍ସ ଡ୍ରାଇଭର ଏବଂ କିଛି ସମ୍ପର୍କୀୟମାନେ ମିଶି ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କିଲୋମିଟର ଦୂର ପାହାଡିଆ କାଦୁଅ ରାସ୍ତା ରା ଚାଲି ଚାଲି ୧୦୮ ଆମ୍ବୁଲାନ୍ସ ପାଖକୁ ବୋହି ଆଣିଥିଲେ । ଏହା ପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଅଯାଇଥିଲା । ହସ୍ପିଟାଲ ରେ ଗର୍ଭବତୀ ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ନେଇ ସୂଚନା ମିଳିଛି ।ଦେଶ ସ୍ୱାଧୀନତା ହେବାର ୭୮ ବର୍ଷ ବିତି ଥିଲେ ମଧ୍ୟ ଏବେ ବି ମାଲକାନଗିରି ଜିଲ୍ଲା ର ଅନେକ ଗାଁ କୁ ଭଲ ନିତିଦିନିଆ ରାସ୍ତା ଟିଏ ନଥିବାରୁ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.