ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପ୍ରେମ ବିବାହ କରିଥିଲେ..ହେଲେ ସମ୍ପର୍କ ବିଗାଡ଼ି ଦେଲା ବୟପ୍ରେଣ୍ଡ, ଗର୍ଭବତୀଙ୍କୁ ଧରି ଛୁ ମାରିଲେ ପ୍ରେମିକ...ଫେରି ଆସିବାକୁ ସ୍ୱାମୀଙ୍କ ଗୁହାରି

ପିପିଲି,୨୮/୦୫: ପ୍ରେମ ବିବାହ କରିଥିଲେ । ଜୀବନଠୁ ଅଧିକ ଭଲ ପାଉଥିବା ସ୍ତ୍ରୀଙ୍କ ପାଦତଳେ ଅଜାଡ଼ି ଦେଇଥିଲେ ସବୁ ଖୁସି । ହେଲେ ଦାମ୍ପତ୍ୟରେ ତୃତୀୟ ମଣିଷର ଏଣ୍ଟ୍ରି  ବିଗାଡ଼ି ଦେଲା ସବୁକିଛି । ପ୍ରେମିକ ସାଜିଥିବା ବ୍ୟକ୍ତି ପ୍ରଲୋଭିତ କରି ୬  ମାସର ଗର୍ଭବତୀ ସ୍ତ୍ରୀଙ୍କୁ ରାତି ଅଧରେ କୌଶଳକ୍ରମେ ଉଠାଇନେଲା । ଘରେ ଥିବା ୩୦ ଲକ୍ଷ ଟଙ୍କା, ସୁନାଗହଣା ମଧ୍ୟ ନେଇଗଲା । ଘଟଣାକୁ ଦୁଇମାସ  ବିତିଛି । ଥାନାରେ ଏତଲା ମଧ୍ୟ ହୋଇଛି । ତଥାପି ମହିଳାଙ୍କ ସନ୍ଧାନ ମିଳୁନାହିଁ ।  ଏଭଳି ସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କରି ସ୍ତ୍ରୀଙ୍କୁ ଘରକୁ ଫେରି ଆସିବାକୁ କାନ୍ଦିକାନ୍ଦି ନିବେଦନ କରିଛନ୍ତି ଅସହାୟ ସ୍ୱାମୀ ।

ପିପିଲି ଥାନା ଓରକଳ ଗାଁ ପଡ଼ାରୁ ଆସିଥିବା ପ୍ରେମ-ପରକୀୟା-ଧୋକାର ଏଭଳି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି । ପିପିଲି ଥାନା ଅଞ୍ଚଳର ସମ୍ପୃକ୍ତ  ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିବାବେଳେ ଗତ ମାର୍ଚ୍ଚ ୩୦ରେ ସବୁକିଛି ଓଲଟପାଲଟ୍‌  ହୋଇଯାଇଥିଲା । ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଛବି ମହାନ୍ତି କୌଶଳକ୍ରମେ  ସ୍ତ୍ରୀଙ୍କୁ ଉଠାଇ ନେଇଥିଲା । 

ଜମିବିକ୍ରି  କରି ରଖିଥିବା ୩୦ ଲକ୍ଷ ଟଙ୍କା, ସମସ୍ତ  ସୁନାଗହଣା ମଧ୍ୟ ନେଇଯାଇଥିଲା । ସିସିଟିଭି ଫୁଟେଜ୍‌ରୁ ଘଟଣା ସ୍ପଷ୍ଟ ପରେ  ସେ ଖୋଳତାଡ଼ କରିଥିଲେ । ପରେ ସେ  ପିପିଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଛବିଙ୍କ ବିରୋଧରେ ପ୍ରମାଣ  ମଧ୍ୟ ଦେଇଥିଲେ । ହେଲେ ପୁଲିସ ଆଖିଦୃଶିଆ ପଦକ୍ଷେପ ନେଇ ନଥିଲା ।  ସ୍ତ୍ରୀଙ୍କୁ ଉଦ୍ଧାର କରିବାରେ ବିଫଳ ହେବା ପରେ ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ  ହୋଇଥିଲେ। ତଥାପି ସୁଫଳ ନ ମିଳିବାରୁ  ସାମ୍ୱାଦିକ ସମ୍ମିଳନୀ କରି ସ୍ତ୍ରୀଙ୍କୁ ଘରକୁ ଫେରି ଆସିବାକୁ ନେହୁରା ହୋଇଛନ୍ତି  ସ୍ୱାମୀ । ଏଥିସହ ଅପହରଣରେ ସମ୍ପୃକ୍ତ  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପିପିଲି  ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଦୀପକ୍‌ କୁମାର  ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.