ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨.୨ କୋଟି ହୋଇପାରେ, ରିପୋର୍ଟ ଦେଲେ ସରକାର

ନୂଆଦିଲ୍ଲୀ: ୨୦୨୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟିରୁ ଅଧିକ ହେବାକୁ ଯାଉଛି ।  ପରିସଂଖ୍ୟାନ ମନ୍ତ୍ରାଳୟ ଦେଶର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଛି । ଆଗାମୀ ଦିନରେ ମହିଳା ଓ ପରୁଷଙ୍କ ମଧ୍ୟରେ ଥିବା ଲିଙ୍ଗାନୁପାତରେ ସୁଧାର ଆସିବ । ୨୦୧୧ରେ ମିହିଳାଙ୍କ ସଂଖ୍ୟା ୪୮.୫%ରୁ ବଢ଼ି ଏହା ୪୮.୮ ପ୍ରତିଶତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ଏବେ ପୁରୁଷଙ୍କ ତୁଳନା‌‌ରେ ମହିଳାଙ୍କ ସଂଖ୍ୟା ବଢ଼ିବ  ।

 ୨୦୧୧ରେ ପ୍ରତି ୧୦୦୦ ପୁରୁଷ ତୁଳନାରେ ୯୪୩ ମହିଳା ଥିଲେ । କିନ୍ତୁ ୨୦୩୬ ବେଳକୁ ଏଥିରେ ସୁଧାର ଆସିବା ସହ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ  ମହିଳାଙ୍କ ସଂଖ୍ୟା ୯୫୨ ହେବାର ସମ୍ଭାବନା ରହିଛି  । ‘ଭାରତରେ ମହିଳା ଓ ପୁରୁଷ ୨୦୨୩’ ନାମକ ଏହି ରିପୋର୍ଟ ଅନୁସାରେ, ୨୦୩୬ ସୁଦ୍ଧା ଦେଶରେ ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ସଂଖ୍ୟା ହ୍ରାସ ପାଇବ । ଏହି ସମୟରେ ୬୦ କିମ୍ବା ଏହାଠୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ପରିସଂଖ୍ୟାନ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ରିପୋର୍ଟରେ, ଜନସଂଖ୍ୟା, ସ୍ବାସ୍ଥ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, କାମକାର୍ଯ୍ୟ, ଗାଁ-ସହର ମଧ୍ୟରେ ସଂପର୍କ, ରାଜ୍ୟ-ରାଜ୍ୟ ମଧ୍ୟରେ ପାର୍ଥକ୍ୟ ସଂପର୍କରେ ଦର୍ଶାଯାଇଛି । ତେବେ ଏହି ରିପୋର୍ଟ, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଏବଂ ଅନ୍ୟ ତଥ୍ୟ ଉପରେ ଆଧାରିତ । ବିଶେଷ କରି ଏହି ରିପୋର୍ଟରେ ଦେଶ‌ରେ ଲିଙ୍ଗଗତ ସମାନତା ଉପରେ ଅଧିକ ତଥ୍ୟ ଦିଆଯାଇଛି । 

ରିପୋର୍ଟ ଅନୁସାରେ, ୨୦୧୬-୨୦୨୦ ମଧ୍ୟରେ ୨୦ରୁ ୨୪ ଏବଂ ୨୫-୨୯ ବର୍ଷୀୟା ମହିଳାଙ୍କ ମଧ୍ୟରେ ପିଲା ଜନ୍ମ କରିବାର ହାର କମିଛି । ସେହିଭଳି ୩୫-୩୯ ବର୍ଷୀୟା ମହିଳାଙ୍କ ପିଲା ଜନ୍ମ କରିବାର ହାର ୩୨.୭ରୁ ୩୫.୬ ହୋଇଛି । ଏହାର ଅର୍ଥ, ଜୀବମଧାରଣ ମାନରେ ସୁଧାର ଆସିବା ପରେ ମହିଳାମାନେ ପିଲା ଜନ୍ମ ଉପରେ ବିଚାର କରୁଛନ୍ତି ।

ସେପଟେ ୨୦୨୦ରେ ଅଶିକ୍ଷିତ ମହିଳା କିଶୋରୀ ଅବସ୍ଥାରେ ପିଲା ଜନ୍ମ କରିବା ହାର ୩୩.୯ ଥିବା ବେଳେ ଶିକ୍ଷିତ ମହିଳାଙ୍କ ହାର ୧୧.୦ ଥିଲା । ସେହିଭଳି ଯେଉଁ ମହିଳାଙ୍କୁ ପଢ଼ିବା ଲେଖିବା ଜଣାଥିଲା କିନ୍ତୁ ସେମାନେ ସ୍କୁଲ ଯାଉନଥିଲେ ସେମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ପ୍ରତି ୧୦୦୦ରେ ୨୦ ଥିଲା । ଅଶିକ୍ଷିତ ମହିଳାଙ୍କ ତୁଳନାରେ ଏହା ଖୁବ କମ୍‌ । ଏଥିରୁ ସାବ୍ୟସ୍ତ ହେଉଛି ଯେ, ମହିଳାଙ୍କ ଲାଗି ଶିକ୍ଷା କେତେ ଜରୁରି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.