ପ୍ରମୂଖ ଖବର
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ମୁଦ୍ରା ଯୋଜନାକୁ ୧୦ ବର୍ଷ : ହିତାଧିକାରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି, ଉଦ୍ୟୋଗୀ ହେବାର ସିକ୍ରେଟ୍ କହିଲେ ଲାଭାର୍ଥୀ

Published By : Prameya | April 8, 2025 1:39 PM

ନୂଆଦିଲ୍ଲୀ, ୦୮/୦୪ : ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ। ନିଜ ବାସଭବନରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଣେ ସାଧାରଣରୁ କିପରି ଉଦ୍ୟୋଗୀ ହେଲେ ସେନେଇ ପିଏମ୍‌ଙ୍କୁ ନିଜ ନିଜର ସିକ୍ରେଟ୍ କହିଲେ ଲାଭାର୍ଥୀ। ସେପଟେ ମୋଦି କହିଲେ ମୁଦ୍ରା ଯୋଜନାରେ ଦିଆଯାଇଛି ୩୩ ଲକ୍ଷ କୋଟିର ଗ୍ୟାରେଣ୍ଟି ମୁକ୍ତ ଋଣ। ୫୨ କୋଟି ଋଣ ଗ୍ରହୀତାଙ୍କ ମଧ୍ୟରୁ ଅଧିକାଂଶ ମହିଳା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯେ, ଋଣ ଫେରସ୍ତ କରିବାରେ ମଧ୍ୟ ଆଗୁଆ ମହିଳା। 

କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାକୁ ୧୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ମୁଦ୍ରା ଯୋଜନାର ଲାଭାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମ ଶାସ୍ତ୍ରରେ କୁହାଯାଇଛି ଅତିଥି ଦେବୋ ଭବ। ମୋ ବାସଭବନକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏହି ଯୋଜନା ମାଧ୍ୟମରେ ଜଣେ ସାଧାରଣ ଲୋକ ନିଜ ଗୋଡ଼ରେ ଠିଆ ହେବାକୁ ସୁଯୋଗ ପାଇଛି। ବିନା ଗ୍ୟାରେଣ୍ଟିରେ ୩୩ ଲକ୍ଷ କୋଟି ଋଣ ଦିଆହୋଇଛି। ଏହି ଯୋଜନା ମାଧ୍ୟମରେ ଅଧିକାଂଶ ମହିଳା ଲାଭବାନ୍ ହୋଇଛନ୍ତି। ସେମାନେ ଆତ୍ମନିର୍ଭର ହେବା ସହ ନିଜର ବ୍ୟବସାୟ ଠିଆ କରିଛନ୍ତି। ମୁଦ୍ରା ଯୋଜନା ଦେଶର ଯୁବକଙ୍କୁ ସାହାସ ଦେଇଛି। ବହୁ ଲୋକ ନିଜେ ଆତ୍ମନିର୍ଭର ହେବା ସହ ୪୦ରୁ ୫୦ ଜଣଙ୍କୁ ଚାକିରି ଦେବାରେ ସମର୍ଥ ହୋଇଛନ୍ତି। ବିପୁଳ ମାତ୍ରାରେ ରୋଜଗାର ସୃଷ୍ଟି ହୋଇଛି। ବହୁ ଲୋକଙ୍କ ସ୍ଵପ୍ନ ବାସ୍ତବରେ ପରିଣତ ହୋଇଛି। ଏଥିରୁ ଜଣାପଡ଼ିଛି ଯେ, ଭାରତୀୟଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ। 

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ମୁଦ୍ରା ଯୋଜନାରେ ଅଧିକାଂଶ ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗର ଲୋକମାନେ ଲାଭ ଉଠାଇଛନ୍ତି। ଆଗାମୀ ଦିନରେ ଆମ ସରକାର ଏକ ମଜବୁତ ତନ୍ତ୍ର ଉପରେ ଧ୍ୟାନ କେନ୍ଦ୍ରିତ ଜାରି ରଖିବ। ଯେଉଁଠି ପ୍ରତ୍ୟେକ ମହତ୍ଵାକାଂକ୍ଷୀ ଉଦ୍ୟମୀ ଋଣ ପର୍ଯ୍ୟନ୍ତ ପହଞ୍ଚି ପାରିବେ। ଏହାଦ୍ଵାରା ସେମାନଙ୍କୁ ଆତ୍ମବିଶ୍ଵାସର ସହ ଆଗକୁ ବଢିବାକୁ ସୁଯୋଗ ମିଳିବ। 

ଏହି ଖବରଟିକୁ ପଢନ୍ତୁ-ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.