ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ନୂଆ ପମ୍ବନ ପୋଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ

Published By : Ankita S | April 6, 2025 1:24 PM

ଚେନ୍ନାଇ,୦୬/୦୪: ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ତାଲିଲନାଡୁର ବହୁପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦଘାଟିତ ହୋଇଛି । ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ୍ ପ୍ରାୟ ୫୩୫ କୋଟି ଟଙ୍କାରେ ନିର୍ମିତ ହୋଇଛି । ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଏହାର ଶିଳାନ୍ୟାସ ହୋଇଥିଲା । ଏହା କେବଳ ଏକ ବ୍ରିଜ ନୁହେଁ ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ।

୧୯୧୪ରେ ତିଆରି ହୋଇଥିବା ବ୍ରିଜର ଜାଗା ନେଇଛି ନୂଆ ପମ୍ବନ ବ୍ରିଜ । ପୁରୁଣା ତୁଳନାରେ ଏହା ୩ ମିଟର ଅଧିକ ଲମ୍ବା । ୨.୦୮ କିମି ଦୀର୍ଘ ବ୍ରିଜ ଦ୍ୱାରା ରାମନାଥସ୍ବାମୀ ମନ୍ଦିରକୁ ବର୍ଷକୁ ଆସୁଥିବା ୨୫ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହେବେ । ୭୨.୫ ମିଟର ଲିପ୍ଟ ସ୍ପାନ୍ ଯାହାକି ୧୭ ମିଟର ଉଚ୍ଚ କ୍ଲିୟରାନ୍ସ ପ୍ରଦାନ କରିବ ଯାହା ଦ୍ବାରା ବଡ଼ ବୋଟ୍ ଚଳାଚଳ କରିବା ସହିତ ସାମୁଦ୍ରିକ ସଂଯୋଗୀକରଣରେ ଉନ୍ନତି ହେବ । ପୋଲ ଉପରେ ଟ୍ରେନ୍ ଗଡ଼ିବ ତଳେ ଜାହଜ ଚାଲିବ । ୨୨ ମିଟର ଉପରକୁ ଉଠି ପାରିବ ବ୍ରିଜ୍ । ୫ ମିନିଟରେ ଖୋଲିବ ୩ ମିନିଟରେ ବନ୍ଦ ହୋଇଯିବ ବ୍ରିଜ୍ । ସମୁଦ୍ରରେ ୬, ୭୯୦ ଫୁଟ୍ ଲମ୍ବା ବ୍ରିଜ ତଳେ ବଡ଼ ବଡ଼ ଜାହଜ ଯାଇପାରିବ । ପମ୍ବନ ପୋଲ୍ ସହିତ ୮୩୦୦ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।   ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ସେତୁର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, '' ଆଜି ରାମନବମୀ । ଭଗବାନ ରାମଙ୍କ ପ୍ରେରଣା ରାଷ୍ଟ୍ର ନିର୍ମାଣର ଆଧାର । ଆଜି ଅଯୋଧ୍ୟାରେ ସୂର୍ଯ୍ୟକିରଣ ରାମଲାଲାଙ୍କ ଭବ୍ୟ ତିଲକ କରିଛି । ତାମିଲନୁଡୁ ସାହିତ୍ୟରେ ଭଗବାନ ରାମଙ୍କ ବିଷୟରେ କୁହାଯାଇଛି । ରାମେଶ୍ବରମର ଏହି ପବିତ୍ର ମାଟିରୁ ସମସ୍ତ ଦେଶବାସୀଙ୍କୁ ରାମନବମୀର ଶୁଭାକାମନା ଦେଉଛି । ଏହା ଭାରତରତ୍ନ ଅବଦୁଲ କଲାମଙ୍କ ମାଟି । ଏହି ପମ୍ବନ ବ୍ରିଜ୍ ଏକ ବଡ଼ ଉଦାହରଣ । ୨୧ ଦଶନ୍ଧୀର ଇଞ୍ଜିନିୟରିଂର ଏହା ଏକ ବଡ଼ ଉଦାହାରଣ । ଏହି ବ୍ରିଜ ଯାତ୍ରାକୁ ସୁଗମ କରିବ । ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.