ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପାତ୍ରପଡ଼ା ବ୍ରିଜ ନିକଟରେ ମୋ ବସ୍ ଦୁର୍ଘଟଣା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ଜଣେ

Published By : Prameya | February 17, 2025 10:53 AM

ଭୁବନେଶ୍ୱର/ଯାଁଳା,୧୭/୦୨: ଡିଏନ୍‌ ରେଗାଲିଆ ମଲ୍‌ ନିକଟ ପାତ୍ରପଡ଼ା ଓଭରବ୍ରିଜରେ ମୋ ବସ୍ ଦୁର୍ଘଟଣା ଘଟଣା। ଦୁଇକୁ ବଢ଼ିଲା ମୃତ୍ୟୁ ସଂଖ୍ୟା। ଏମ୍‌ସ୍ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମହିଳା। ମୃତକଙ୍କ ଘର ଫୁଲବାଣୀ ହୋଇଥିବା ବେଳେ ସେ ଭୁବନେଶ୍ବରରେ ରହୁଥିଲେ।

ଶୁକ୍ରବାର ରାତିରେ ଡିଏନ୍ ରେଗାଲିଆ ମଲ୍ ନିକଟ ପାତ୍ରପଡ଼ା ଓଭରବ୍ରିଜ୍ ଆରମ୍ଭରୁ ଛିଡ଼ା ହୋଇଥିଲେ ୮-୧୦ ଲୋକ । ନାଇଟ୍‌ କୋଚ ବସ୍‌କୁ ଅପେକ୍ଷା କରିଥିଲେ ସଭିଏଁ । ଖଣ୍ଡଗିରି ଆଡୁ଼ ଦ୍ରୁତଗତିରେ ମାଡି଼ ଆସିଲା ଏକ ‘ମୋ ବସ୍‌’ । ୪ଜଣଙ୍କ ଉପରେ ସିଧା ଚଢ଼ିଗଲା । ଲୋକମାନେ ହୋ ହଲ୍ଲା କରିବାରୁ ବସ୍‌ର ସ୍ପିଡ୍‌ ଆହୁରି ବଢ଼ିଲା । ଏକ ସ୍କୁଟିକୁ ଦେଢ଼ କିମି ଯାଏଁ ଘୋଷାଡି଼ ନେଲା । ଆଉ ପ୍ରାୟ ୧୦ କିମି ପିଛା କରିବା ପରେ ବସ୍‌କୁ ଅଟକାଇଲେ ଲୋକେ । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ ଘଟିଛି । ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଏମ୍‌ସ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ବି ଆହୁରି ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି।  ଏହି ଘଟଣାରେ ଅଭିଯୁକ୍ତ ବସ୍ ଡ୍ରାଇଭରକୁ ଗିରଫ କରି ଜେଲ୍ ପଠାଇଛି ତମାଣ୍ଡୋ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.