ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସରୁ ଓହରିଲେ ଭଣ୍ଡ୍ରୋସୋଭା, ହର୍କାଜ; ଉଭୟ ଆହତ ଥିବା ସୂଚନା

ପ୍ୟାରିସ୍‌,୨୩/୦୭: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଚେକ  ଗଣରାଜ୍ୟର ମର୍କେଟା ଭଣ୍ଡ୍ରୋସୋଭା ଏବଂ ପୋଲାଣ୍ଡର ହ୍ୟୁବର୍ଟ ହର୍କାଜ ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ଉଭୟ ଆହତ ଅଛନ୍ତି । ଭଣ୍ଡ୍ରୋସୋଭାଙ୍କ  ହାତରେ ଆଘାତ ଲାଗିଥିବାବେଳେ ହର୍କାଜ ଗତ ୱିମ୍ବଲଡନ୍‌ ଗ୍ରାଣ୍ଡସ୍ଲାମ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । 

ଭଣ୍ଡ୍ରୋସୋଭା କହିଛନ୍ତି, ମୁଁ ଦୁଃଖର ସହ ଜଣାଇବାକୁ ଚାହୁଁଛି କି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଇ ପାରିବିନି । ତଥାପି ଡବଲ୍ସ ଖେଳିବାକୁ ଲକ୍ଷ୍ୟ ରଖିଛି । ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବି । ଯଦି ହାତରେ ଯନ୍ତ୍ରଣା କମେ ଡବଲ୍ସରେ ପ୍ରତିଦ୍ୱନ୍ଦ୍ୱିତା  କରିବି ।’ ଭଣ୍ଡ୍ରୋସୋଭାଙ୍କ ସ୍ଥାନରେ ଅଲିମ୍ପିକ୍ସରେ ମହିଳା ଡବଲ୍ସ ସ୍ୱର୍ଣ୍ଣ ପଦକ  ବିଜୟିନୀ କାଟେରିନା ସିନିଆକୋଭାଙ୍କୁ  ସାମିଲ କରାଯାଇଛି । ଅନ୍ୟ ପଟରେ ମହିଳା ଡବଲ୍ସରେ କାରୋଲିନା ମୁଚୋଭା  ଓ ଲିଣ୍ଡା ନୋସ୍କୋଭା ଭାଗ ନେବେ ।  

ସୂଚନାଯୋଗ୍ୟ, ପୂର୍ବରୁ ବିଶ୍ୱର ୩ନଂ  ଖେଳାଳି ଅର୍ନ୍ୟା ସାବାଲେଙ୍କାଙ୍କ ସମେତ  ଓନ୍ସ ଜାବେଓର, ଏମା ରାଡୁକାନୁ, ବେନ  ସେଲଟନ୍‌, ପାବ୍‌ଲୋ କାରେନୋ ବୁଷ୍ଟ  ପ୍ୟାରିସ୍‌ ଅଲିମ୍ପିକ୍ସରୁ ଓହରି ଯାଇଥିଲେ ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.