ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ

ପ୍ୟାରିସ, ୨୫/୦୭: ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ ନଗରୀକୁ ଫେରିଛି ଅଲିମ୍ପିକ୍ସ  କ୍ରୀଡ଼ା । ଶେଷ ଥର ୧୯୨୪ରେ ଏଠାରେ  କ୍ରୀଡ଼ା ଆୟୋଜିତ ହୋଇଥିଲା । ଇତିମଧ୍ୟରେ ଏକ ଶତାବ୍ଦୀ ବିତି ଯାଇଛି । ଏଥର କ୍ରୀଡ଼ାକୁ  ସ୍ରଣୀୟ କରିବା ପାଇଁ ଆୟୋଜକ କିଛି ନୂଆ ପଦକ୍ଷେପ ନେଇଛନ୍ତି, ଯାହା ଅଲିମ୍ପିକ୍ସ  ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି । ପୂର୍ବରୁ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ମୁଖ୍ୟ ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହୋଇ ଆସୁଥିଲା । କିନ୍ତୁ ଏଥର ଖୋଲା ଆକାଶ ତଳେ ଏବଂ ନଦୀ ଗର୍ଭରେ ଉତ୍ସବର ଆୟୋଜନ କରାଯାଉଛି । ଦର୍ଶକ ଷ୍ଟାଡିୟମ ଗ୍ୟାଲେରୀ ନୁହଁ  ବରଂ ନଦୀ ବନ୍ଧରେ ବସି ଅତି ପାଖକୁ ଉତ୍ସବର ରୋମାଞ୍ଚ ନେବେ । ଆସନ୍ତା ୨୬ ତାରିଖ ସ୍ଥାନୀୟ  ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଆରମ୍ଭ ହେବ  ୩୩ତମ ଅଲିମ୍ପିକ୍ସ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବ ।  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ କ୍ରୀଡ଼ାକୁ  ଉଦ୍‌ଘାଟନ କରିବେ । 

ଆୟୋଜକଙ୍କ ପକ୍ଷରୁ ଉଦ୍‌ଘାଟନୀ  ଉତ୍ସବ ସଂପର୍କିତ ଏକ ଗ୍ରାଫିକ୍ସ ଭିଡିଓ ଜାରି  କରାଯାଇଛି । ମାତ୍ର ଉତ୍ସବ ସଂପର୍କରେ  ସେମିତି ବିଶେଷ ତଥ୍ୟ ଦିଆଯାଇ ନାହିଁ । ଫ୍ରାନ୍ସ  ଗଣମାଧ୍ୟମର ରିପୋର୍ଟରୁ ଯାହା ଜଣା ପଡ଼ିଛି,  ସେନ ନଦୀର ଅଷ୍ଟ୍ରେର୍ଲିଜ ବ୍ରିଜ୍‌ (ପୋଲ)  ପାଖରୁ ଉତ୍ସବ ଆରମ୍ଭ ହୋଇ ଆଇଫିଲ ଟାୱାର  ନିକଟରେ ଶେଷ ହେବ । ଉଭୟ ସ୍ଥାନ ମଧ୍ୟରେ  ଦୂରତା ଛଅ କିଲୋ ମିଟର ରହିଛି ।  

୬୦୦୦ରୁ ୭୦୦୦ କ୍ରୀଡ଼ାବିତ ଉତ୍ସବରେ  ସାମିଲ ହେବେ । ୮୫ଟି ବଡ଼ ଡଙ୍ଗାରେ  ପରେଡ୍‌ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ  ୩୦୦୦ରୁ ଊଦ୍ଧ୍ୱର୍ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଶଣ କରିବେ । ଏକ ବିଶାଳ ଭାସମାନ  ଆଥଲେଟିକ୍‌ ଟ୍ରାକ୍‌ରେ କଳାକାର ବିଭିନ୍ନ କଳା  ପ୍ରଦର୍ଶନ କରିବେ ।  

ନଦୀ ବନ୍ଧ ଏବଂ ନଦୀର ଉଭୟ ପାଶ୍ୱର୍ର  କୋଠା  ଉପରେ ବସି  ଦର୍ଶକ ଉଦ୍‌ଘାଟନୀର  ରୋମାଞ୍ଚ ନେବେ । ନଦୀ ଗର୍ଭକୁ ଲାଗି ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ବସିବାର ବ୍ୟବସ୍ଥା କରାଯାଇଛି ।  ଯାହାର ଟିକେଟ୍‌ ମୂଲ୍ୟ ୨୯୦୦ ଡଲାର ରହିଛି ।  ଏମିତି ୬ କିଲୋ ମିଟର ମଧ୍ୟରେ ୫ ଲକ୍ଷରୁ  ଊଦ୍ଧ୍ୱର୍ ଦର୍ଶକ ବସି ଉତ୍ସବ ଦେଖିବେ । ସାଂସ୍କୃତିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନା  ଦେଇଛନ୍ତି ବିଖ୍ୟାତ  ନିର୍ଦ୍ଦେଶକ ଥୋମାସ ‌ଜୋଲି। କାର୍ଯ୍ୟକ୍ରମ ୧୨ଟି  ପର୍ଯ୍ୟାୟରେ  ଆୟୋଜିତ ହେବ ।  ୩୦୦୦ ଡ୍ୟାନ୍ସର, ବିଖ୍ୟାତ କଣ୍ଠଶିଳ୍ପୀ  ପର୍ଯ୍ୟୟକ୍ରମିକ ଭାବେ କାର୍ଯ୍ୟକ୍ରମରେ ସାମିଲ ହେବେ । କାର୍ଯ୍ୟକ୍ରମରେ ବିଶ୍ୱକୁ କ’ଣ ବାର୍ତ୍ତା ରହିଛି  ପ୍ରଶ୍ନରେ ଜୋଲି ଏତିକି କହିଥିଲେ ‘ପ୍ରେମ’ । ପ୍ରସିଦ୍ଧ କୋରିଓଗ୍ରାଫର ମାଉଡ ଲେ ପ୍ଲାଡେକ ନୃତ୍ୟ ଶିକ୍ଷା ଦେଉଛନ୍ତି । କ୍ଲାସିକ  ଠାରୁ ବ୍ରେକଡ୍ୟାନ୍ସ ପର୍ଯ୍ୟନ୍ତ ସବୁ ନୃତ୍ୟକୁ  ଗୁରୁତ୍ୱ ଦିଆଯିବ । କ୍ରୀଡ଼ାକୁ ସ୍ମରଣୀୟ  କରିବା ନେଇ ପ୍ରସ୍ତୁତି ଚାଲିଛି । ଫ୍ରାନ୍ସର  କଳା ଓ ସଂସ୍କୃତି ମୁଖ୍ୟ ଆକର୍ଷଣ ସାଜିବ । 

ଭାଗ ନେବେ ୧୦,୭୧୪  କ୍ରୀଡ଼ାବିତ 

ଏଥର ଅଲିମ୍ପିକ୍ସରେ ମୋଟ୍‌ ୧୦,୭୧୪ ଜଣ  କ୍ରୀଡ଼ାବିତ ସାମିଲ ହେବେ । ୩୨ଟି କ୍ରୀଡ଼ାରେ  ୩୨୯ଟି ଇଭେଣ୍ଟରେ ସେମାନେ ଭାଗ  ନେବେ । ସେ ନେଇ କେନ୍ଦ୍ରୀୟ ପ୍ୟାରିସରେ  ନିର୍ମାଣ ହୋଇଛି ସୁବିଶାଳ କ୍ରୀଡ଼ାଗ୍ରାମ ।  ଯେଉଁଠାରେ ୧୪୫୦୦ ଜଣଙ୍କ ରହିବାର  ବ୍ୟବସ୍ଥା କରାଯାଇଛି । ସେଥିରୁ କ୍ରୀଡ଼ାବିତଙ୍କ  ପାଇଁ ୯୦୦୦ ଶଯ୍ୟା ସଂରକ୍ଷିତ ରହିଛି । ପର୍ଯ୍ୟାୟକ୍ରମିକ ଭାବେ କ୍ରୀଡ଼ାବିତମାନେ କ୍ରୀଡ଼ା  ଗ୍ରାମରେ ପ୍ରବେଶ କରିବେ ।  ଅଲିମ୍ପିକ୍ସ କ୍ରୀଡ଼ା ଶେଷ ହେବା ପରେ  ଏହି କ୍ରୀଡ଼ାଗ୍ରାମ ପାରା ଅଲିମ୍ପିକ୍ସ କ୍ରୀଡ଼ା ପାଇଁ  ବ୍ୟବହାର କରାଯିବ । ଏହି କ୍ରୀଡ଼ା ଅଗଷ୍ଟ ୨୮ରୁ  ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ  ଶେଷ ହେବ ।   

୧୯୨୪ ଅଲିମ୍ପିକ୍ସ 

ଶେଷ ଥର ପ୍ୟାରିସରେ ୧୯୨୪ରେ  ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ୪୪ଟି ଦେଶରୁ  ୩,୦୮୯ ଜଣ କ୍ରୀଡ଼ାବିତ (୨,୯୫୪ ପୁରୁଷ ଓ ୧୩୫ ମହିଳା) ଭାଗ ନେଇଥିଲେ । ୧୬ଟି  କ୍ରୀଡ଼ାରେ ୧୨୬ଟି ଇଭେଣ୍ଟରେ ପ୍ରତିଯୋଗିତା  ହୋଇଥିଲା । କ୍ରୀଡ଼ା ଜୁଲାଇ ୫ରୁ ଆରମ୍ଭ ହୋଇ  ୨୭ ତାରିଖରେ ଶେଷ ହୋଇଥିଲା । ଏହି  ଅଲିମ୍ପିକ୍ସରେ ପ୍ରଥମ ଥର କ୍ରୀଡ଼ାବିତମାନଙ୍କ ରହିବା  ପାଇଁ କ୍ରୀଡ଼ା ଗ୍ରାମ ନିର୍ମାଣ ହୋଇଥିଲା । 

 ୧୯୦୦ ଅଲିମ୍ପିକ୍ସ 

ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣ ପ୍ୟାରିସରେ  (୧୯୦୦) ଆୟୋଜିତ ହୋଇଥିଲା ।  ୨୬ଟି ଦେଶରୁ ୧୨୨୬ କ୍ରୀଡ଼ାବିତ ଭାଗ  ନେଇଥିଲେ । ୧୯ଟି କ୍ରୀଡ଼ାରେ ୯୫ଟି  ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା ।  କ୍ରୀଡ଼ା ମେ’ ୧୪ରୁ ଆରମ୍ଭ ହୋଇଥିଲା । 

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.