ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ପ୍ରତିଯୋଗୀତା, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ

ନୂଆଦିଲ୍ଲୀ, ୨୩/୦୭: ବହୁ  ପ୍ରତୀକ୍ଷିତ ପ୍ୟାରିସ୍‌ ଅଲିମ୍ପିକ୍ସ ଆସନ୍ତା  ୨୬ ତାରିଖରୁ ଆରମ୍ଭ ହେବ । ଏହାର  ଦିନକ ପୂର୍ବରୁ ତୀରନ୍ଦାଜୀ କ୍ରୀଡ଼ାରେ  ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟର ର‌୍ୟାଙ୍କିଙ୍ଗ୍‌  ରାଉଣ୍ଡ୍‌ ଖେଳାଯିବ । ଏଥିରେ ୬ଜଣ  (୩ପୁରୁଷ, ୩ମହିଳା) ଭାରତୀୟ  ଆକ୍ସନକୁ ଓହ୍ଲାଇବେ । ପୁରୁଷରେ ଧୀରଜ  ବୋମାଦେବରା, ତରୁଣଦୀପ ରାଏ,  ପ୍ରବୀଣ ରମେଶ ଯାଦବ ଏବଂ  ମହିଳାରେ ଦୀପିକା କୁମାରୀ,  ଭଜନ କୌର, ଅଙ୍କିତା ଭକତ୍‌ ।  ସମସ୍ତ ତୀରନ୍ଦାଜ ଏବେ ଫ୍ରାନ୍ସରେ  ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ବ୍ୟକ୍ତିଗତ ଇଭେଣ୍ଟରେ (ପୁରୁଷ  ଓ ମହିଳା) ୬୪ଜଣ ଲେଖାଏଁ ଭାଗ  ନେବେ । ସେଥିମଧ୍ୟରୁ ୩୨ଜଣ ଲେଖାଏଁ  ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହେବେ ।  ଜୁଲାଇ ୨୮ ତାରିଖ ମହିଳା ଟିମ୍‌  ଇଭେଣ୍ଟ, ୨୯ ତାରିଖ ପୁରୁଷ ଟିମ୍‌  ଇଭେଣ୍ଟ ଅନୁଷ୍ଠିତ ହେବ । 

ବ୍ୟକ୍ତିଗତ  ଓ ଟିମ୍‌ ଇଭେଣ୍ଟରେ ଏକ ଭାରତୀୟ  ତୀରନ୍ଦାଜଙ୍କଠୁ ପଦକ ଆଶା ରହିଛି । ପୁରୁଷ ଦଳ ଚଳିତ ବର୍ଷ  ବିଶ୍ୱକପ୍‌ ଷ୍ଟେଜ୍‌-୧ରେ ବିଶ୍ୱ ଚାମ୍ପିଅନ୍‌  ଦକ୍ଷିଣ କୋରିଆକୁ ହରାଇ ବଡ଼  ବିପର୍ଯ୍ୟୟ ଘଟାଇଥିଲା । ଅଲିମ୍ପିକ୍ସରେ  ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ  ଦେବାକୁ ପ୍ରସ୍ତୁତ ରହିଛି । ବିଶ୍ୱ  ମାନ୍ୟତା ତାଲିକାରେ ଧୀରଜ  ୧୨ତମ, ତରୁଣ ୩୧ତମ ସ୍ଥାନରେ  ରହିଛନ୍ତି । ଧୀରଜ ପ୍ରଥମ ଥର ଏବଂ  ତରୁଣଦୀପ ଚତୁର୍ଥ ଥର ଅଲିମ୍ପିକ୍ସ  ଖେଳିବାକୁ ଯାଉଛନ୍ତି । ମହିଳା ଦଳରେ ଦୀପିକା ହେଉଛନ୍ତି  ଭାରତର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ।  ସେ ୧୨ତମ ସ୍ଥାନରେ ଥିବାବେଳେ  ଅଙ୍କିତା ଭକତ ୪୦ତମ ଏବଂ ଭଜନ  ୪୫ତମ ସ୍ଥାନରେ ରହିଛନ୍ତି । ଦୀପିକା  ଚଳିତ ବର୍ଷ ବିଶ୍ୱକପ୍‌ ଷ୍ଟେଜ୍‌-୧ର  ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ  ପଦକ ହାସଲ କରିଥିଲେ । ଏଥର  ସେ ଅଲିମ୍ପିକ୍ସ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.