ପ୍ରମୂଖ ଖବର
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସର ଉଦଘାଟନି ଉତ୍ସବରେ ହଙ୍ଗାମା ! ପରେଡରେ ପ୍ରବେଶ କରିବାକୁ ଖେଳାଳୀଙ୍କୁ ଦିଆଗଲାନି ସୁଯୋଗ

Image source: TV9

ନୂଆଦିଲ୍ଲୀ,୨୭/୦୭: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସିନ୍ ନଦୀରେ ଆୟୋଜିତ ଐତିହାସିକ ଉଦଘାଟନୀ ସମାରୋହରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ପଡ଼ିଆ ବାହାରେ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଚାରି ଘଣ୍ଟାର ଦୀର୍ଘ ସମାରୋହରେ ଅନେକ ତାରକା ଅଂଶଗ୍ରହଣ କରିଥିଲେ । ପପ୍ ଷ୍ଟାର୍ ଲେଡି ଗାଗା, ଆୟା ନାକାମୁକାଙ୍କ ଭଳି ସୁପରଷ୍ଟାରମାନେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ, ୨୦୬ ଟି ଦେଶରୁ ୬୫୦୦ ରୁ ଅଧିକ ଆଥଲେଟ୍ ୬ କିଲୋମିଟର ଲମ୍ବା ପ୍ୟାରେଡ୍ ଅଫ୍ ନେସନ୍ସରେ ୯୪ ଟି ଡଙ୍ଗାରେ ବସି ଏହି ଖେଳରେ ଅଶଗ୍ରହଣ କରିଥିଲେ।। ଏହାରି ଭିତରେ ଏକ ଅପ୍ରିତିକର ପରିସ୍ଥିତି ସୃ୍ଷି ହୋଇଥିଲା କିଛି ଖେଳାଳିଙ୍କୁ ମଧ୍ୟ ଡଙ୍ଗାରେ ଚଢ଼ିବାକୁ ବାରଣ କରାଯାଇଥିଲା।

ଉଦଘାଟନି ସମାରୋହରେ କେଉଁ ଖେଳାଳୀଙ୍କୁ ମିଳିନି ସୁଯୋଗ: 

ପ୍ୟାରେଡରେ ଗ୍ରୀକ୍ ଦଳ ପ୍ରଥମେ ଆସିଥିଲା, କାରଣ ଏହି ଦେଶରେ ଆଧୁନିକ ଅଲିମ୍ପିକ୍ ଖେଳ ଆରମ୍ଭ ହୋଇଥିଲା । ଏଥି ସହିତ ଫ୍ରାନ୍ସ ଶେଷରେ ଆସିଥିଲା କାରଣ ଏହା ଆୟୋଜକ ଅଟେ। ଏହି ଅବଧି ମଧ୍ୟରେ, ନାଇଜେରିଆ ଦଳ ଚର୍ଚ୍ଚାରେ ରହିଥିଲା। ଖବର ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳକୁ ପ୍ରତିନିଧୀ ଡଙ୍ଗାରେ ଯିବାକୁ ଅନୁମତି ଦିଆଯାଇ ନଥିଲା।

ଖବର ଅନୁଯାୟୀ, ନାଇଜେରିଆର ମହିଳା ବାସ୍କେଟବଲ ଦଳକୁ ନାଇଜେରିଆ ଅଧିକାରୀମାନେ ଡଙ୍ଗାରେ ଚିଢ଼ିବାକୁ ବାରଣ କରିଥିଲେ। ଏହା ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି। କହିରଖୁଛୁ ଯେ, ଡଙ୍ଗାରେ ବହୁତ ଖେଳାଳି ଥିବାରୁ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳ ଏବଂ ସେମାନଙ୍କ କୋଚ୍‌ଙ୍କୁ ଡଙ୍ଗାରେ ପ୍ରବେଶ ଦିଆଯାଇନଥିଲା। ଏହା ପରେ ଦଳକୁ ଆଥଲେଟ୍ସ ଗାଁ କୁ ଫେରିବାକୁ ପଡ଼ିଥିଲା। ଏଥି ସହିତ, ନାଇଜେରିଆ ପ୍ରତିନିଧୀଙ୍କ ଅବଶିଷ୍ଟ ସଦସ୍ୟମାନେ ନାଇଜର ଏବଂ ନରୱେ ଦଳ ମିଶି ଗୋଟିଏ ଡଙ୍ଗାରେ ଯାତ୍ର କରିଥିଲେ। ତେବେ ଏହି ପ୍ରସଙ୍ଗରେ ନାଇଜେରିଆ ପ୍ରତିନିଧି ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.