ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଉପରେ କ୍ରିକେଟିଂ ଷ୍ଟ୍ରାଇକ୍, ବନ୍ଦ ହେଲା ପିଏସଏଲର ଟେଲିକାଷ୍ଟ !

Published By : Prameya | April 24, 2025 6:40 PM

ମୁମ୍ବାଇ, ୨୪/୪ :  ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ଲୋକଙ୍କ ମୃତ୍ୟୁ ହୋଇଥିଲା । ଭାରତ ଏହି ଘଟଣା ପରେ ପାକିସ୍ତାନ ଉପରେ କେତେକ ପ୍ରତିବନ୍ଧକ ଲଗାଇଛି । ପୂରା ଭାରତରେ ଏବେ ଦୁଃଖର ମାହୋଲ ଖେଳିଯାଇଛି । ସେହିଭଳି କେନ୍ଦ୍ର ସରକାର ବି ଆକ୍ସନର ରିଆକ୍ସନ ନେବାରେ ଲାଗିଛନ୍ତି । ଏବେ ପାକିସ୍ତାନର ସବୁଠାରୁ ବଡ଼ ଫ୍ରାଞ୍ଚାଇଜ ଲିଗକୁ ବହୁତ ବଡ଼ ଝଟକା ଲାଗିଛି । ପାକିସ୍ତାନ ସୁପର ଲିଗ୍ (PSL)ର ପ୍ରସାରଣ ଏବେ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଫ୍ୟାନକୋର୍ଡ଼ କରୁଥିଲା । ଏବେ ଫ୍ୟାନକୋର୍ଡ଼ PSLର ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଫ୍ୟାନକୋର୍ଡ଼ ଏକ ଭାରତୀୟ ଷ୍ଟ୍ରିମିଂ କମ୍ପାନୀ ଅଟେ , ଯିଏ ପାକିସ୍ତାନ ସୁପର ଲିଗ୍ ଉପରେ ଶକ୍ତ ପ୍ରହାର ଲଗାଇଛି । ୨୪ ଏପ୍ରିଲରୁ ଏବେ PSLର ମ୍ୟାଚ୍ ଫ୍ୟାନକୋର୍ଡ଼ରେ ଲପଲବ୍ଧ ହେବ ନାହିଁ । ଏହି ଫ୍ଲାଟଫର୍ମରେ ଲକ୍ଷାଧିକ ଦର୍ଶକ ପିଏସଏଲର ମ୍ୟାଚ୍ ଲାଇଭ୍ ଦେଖିଥାନ୍ତି, କିନ୍ତୁ ଫ୍ୟାନକୋଡ଼ର ଏହି ନିଷ୍ପତ୍ତି ପରେ ପାକିସ୍ତାନ ସୁପର ଲିଗର ଡିଜିଟାଲ ଭ୍ୟୁଅରଶିପରେ ବହୁଳ ଭାବେ କମି ହୋଇପାରେ ।

PSL ୨୦୨୫ ସିଜନର ଆରମ୍ଭ ୧୧ଏପ୍ରିଲରୁ ହୋଇଥିଲା ଏବଂ ଏହି ଟୁର୍ଣ୍ଣାମେଣ୍ଟ ୧୮ମଇ ପର୍ଯ୍ୟନ୍ତ ଚାଲିବ । ପହଲଗାମ ଆକ୍ରମଣ ପରେ ଶକ୍ତ ଆକ୍ସନ ନେଇ ଫ୍ୟାନକୋଡ଼ ପିଏସଏଲ ୨୦୨୫ସିଜନର ବାକି ମ୍ୟାଚର ପ୍ରସାରଣ କରିବାକୁ ମନା କରି ଦେଇଛି । ଏବେ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡ଼ ଏହି ବିଷୟରେ କୌଣସି ସୂଚନା ଜାରି କରିନାହିଁ । ମାତ୍ର ଫ୍ୟାନକୋର୍ଡ଼ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.