ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ: ଶ୍ରୀଲଙ୍କାରେ ଭାରତୀୟ ମହିଳା ଟିମ୍, ୨୭ରେ ସିଂହଳୀ ଟିମ୍‌କୁ ଭେଟିବେ

Published By : Prameya | April 25, 2025 10:39 AM

ନୂଆଦିଲ୍ଲୀ,୨୫/୦୪: ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ  ଖେଳିବା ପାଇଁ ଆଜି ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶ୍ରୀଲଙ୍କାରେ  ପହଞ୍ଚିଛି । ଆଜିଠୁ ଦଳ ଅଭ୍ୟାସ ଆରମ୍ଭ କରିବ । ଆସନ୍ତା ୨୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ । ଏଥିରେ ଆୟୋଜକ ଶ୍ରୀଲଙ୍କା ସମେତ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭାଗ ନେବେ ।

ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ମହିଳା ଦଳ ଶ୍ରୀଲଙ୍କାରେ ପହଞ୍ଚିବା ପରେ ବିଶ୍ରାମ ନେଇଥିଲେ । ଗସ୍ତ ପୂର୍ବରୁ  ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସଲେନ୍ସ  ଠାରେ ଦଳର ପ୍ରସ୍ତୁତି ଶିବିର ଆୟୋଜନ କରାଯାଇଥିଲା ।  ୩ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ । ଭାରତୀୟ ଦଳ ଆସନ୍ତା ୨୭ ତାରିଖ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ । ଏହାପରେ ୨୯ ତାରିଖରେ ଦକ୍ଷିଣ ଆଫ୍ରିକାକୁ, ମେ’ ୪ତାରିଖରେ ଶ୍ରୀଲଙ୍କାକୁ ଏବଂ ୭ତାରିଖରେ ଦକ୍ଷିଣ ଆଫ୍ରିକାକୁ  ସାମ୍ନା କରିବ । ସିରିଜ ଶେଷ ହେବା ପରେ ଭାରତୀୟ ଦଳ  ଆଗାମୀ ଜୁନ୍‌ ମାସ ଇଂଲଣ୍ଡ ଗସ୍ତ କରି ସୀମିତ ଓଭର  କ୍ରିକେଟ୍‌ ସିରିଜ (୫ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ) ଖେଳିବ । 

ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି  ମନ୍ଧନା (ଉପଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ,  ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ଦୀପ୍ତି ଶର୍ମା,  ଅମନଜୋତ କୌର, କାଶଭୀ ଗୌତମ, ସ୍ନେହ ରାଣା, ଅରୁନ୍ଧତୀ  ରେଡ୍ଡୀ, ତେଜଲ ହସବନିସ୍‌, ଶ୍ରୀ ଚରଣୀ, ସୁଚୀ ଉପାଧ୍ୟାୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.