ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

IPL-2025: ଲଗାତାର ଚତୁର୍ଥ ମ୍ୟାଚ୍ ଜିତିଲା ମୁମ୍ୱାଇ; ହାଇଦ୍ରାବାଦକୁ ୭ ୱିକେଟରେ ହରାଇ ଟପ-୩ରେ ସ୍ଥାନ କରିଲା ପକ୍କା

Published By : Bijay Swain | April 23, 2025 11:10 PM

Image courtesy: bcci

ନୂଆଦିଲ୍ଲୀ: ଆଇପିଏଲର ୧୮ତମ ସିଜିନରେ ଲଗାତାର ଚତୁର୍ଥ ମ୍ୟାଚ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଶୀର୍ଷ-୩ରେ ପ୍ରବେଶ କରିଛି। ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି। ମୁମ୍ୱାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଟ୍ରେଣ୍ଟ ବୋଲ୍ଟ ୪ଟି ୱିକେଟ ନେଇଥିଲେ।

ମୁମ୍ବାଇ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଟସ୍ ଜିତି ବୋଲିଂ କରିବାକୁ ଚୟନ କରିଥିଲା। ହାଇଦ୍ରାବାଦ ମାତ୍ର ୩୫ ରନ ସଂଗ୍ରହ କରିବା ମଧ୍ୟରେ ୫ ୱିକେଟ ହରାଇଥିଲା। ହାଇଦ୍ରାବାଦ ପକ୍ଷରୁ ହେନରିକ କ୍ଲାସେନ୍ ଏବଂ ଅଭିନବ ମନୋହର ୯୯ ରନର ଭାଗୀଦାରି ଖେଳିଥିଲେ ଏବଂ ଦଳକୁ ୧୪୩ ରନର ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ମୁମ୍ବାଇ ୧୬ତମ ଓଭର ସୁଦ୍ଧା ମାତ୍ର ୩ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.