ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ବିରଳ ରେକର୍ଡ ଯୋଡ଼ି ଚର୍ଚ୍ଚାରେ ଯଶପ୍ରୀତ ବୁମରା, ୩୦୦ ଟି-ଟ୍ୱେଣ୍ଟି ୱିକେଟ୍‌ କ୍ଲବ୍‌ରେ ସାମିଲ୍

Published By : Prameya | April 24, 2025 12:34 PM

Image Courtesy: cricketwinner

ହାଇଦ୍ରାବାଦ,୨୪/୦୪: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ  ଖେଳୁଥିବା ଟିମ ଇଣ୍ଡିଆ ପେସ୍‌ ବୋଲର ଯଶପ୍ରୀତ ବୁମରା  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବୁମରା ଗୋଟିଏ  ୱିକେଟ୍‌ ନେଇଥିଲେ ଓ ତାଙ୍କ ସହ ଏହି ବିରଳ ରେକର୍ଡ ଯୋଡ଼ି  ହୋଇଯାଇଥିଲା । ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କେବଳ  ଆଇପିଏଲ୍‌ରେ ୧୭୦ ୱିକେଟ୍‌ ପୂରଣ କରିଥିଲେ । ପୂର୍ବରୁ କେବଳ ଲସିଥ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏତେ ସଂଖ୍ୟକ ୱିକେଟ୍‌  ନେଇଥିଲେ । ସେ ପଞ୍ଚମ ଭାରତୀୟ ବୋଲର ଭାବେ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ୩୦୦ ୱିକେଟ୍‌ ପୂରଣ କରିଛନ୍ତି ।

ତାଙ୍କ ପୂର୍ବରୁ  ୟୁଝବେନ୍ଦ୍ର ଚହଲ, ପିୟୂଷ ଚାୱଲା, ଭୁବନେଶ୍ୱର କୁମାର ଓ ରବି  ଚନ୍ଦ୍ରନ ଅଶ୍ୱିନ ଏହି ସଫଳତା ଅର୍ଜନ ପାଇଛନ୍ତି । ଚହଲ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ୩୭୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଚାୱଲା  ୩୧୯, ଭୁବନେଶ୍ୱର ୩୧୮ ଓ ଅଶ୍ୱିନ ୩୧୫ ୱିକେଟ୍‌ ନେଇଛନ୍ତି ।  ବୁମରା ଗୁଜରାଟ ପକ୍ଷରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ  ୩୮ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଭାରତ ପକ୍ଷରୁ  ଅନ୍ତର୍ଜାଜୀୟ ଟି-ଟ୍ୱେଣ୍ଟିରେ ୮୯ଟି ୱିକେଟ୍‌, ଆଇପିଏଲ୍‌ରେ ୧୭୦  ୱିକେଟ୍‌ ଓ ଚାମ୍ପିଅନ୍ସ ଲିଗ୍‌ ଟି-ଟ୍ୱେଣ୍ଟିରେ ୩ ୱିକେଟ୍‌ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.