ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

IPL-2025: ହୋମଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଜିତିଲା ବେଙ୍ଗାଲୁରୁ; ୧୧ ରନରେ ହାରିଲା ରାଜସ୍ଥାନ

Published By : Bijay Swain | April 24, 2025 11:44 PM

Image courtesy: bcci

ନୂଆଦିଲ୍ଲୀ: ରୟାଲ ଚ୍ୟଲେଞ୍ଜର ବେଙ୍ଗାଲୁରୁ ନିଜ ହୋମ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି। ଦଳ ରାଜସ୍ଥାନ ରୟାଲ୍ସକୁ ୧୧ ରନରେ ହରାଇ ଦେଇଛି। ଜୋସ ହେଜଲଉଡ ୧୯ ତମ ଓଭରରେ ମାତ୍ର ୧ ରନ ଦେବା ସହ ୨ଟି ୱିକେଟ ନେଇ ମ୍ୟାଚକୁ ପଲଟେଇ ଦେଇଛନ୍ତି। ହେଜଲଉଡ ମାତ୍ର ୩୩ ରନ ଦେଇ ୪ଟି ୱିକେଟ ହାସଲ କରିଛନ୍ତି। 

ଗୁରୁବାର ହୋଇଥିବା ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ୫ ୱିକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ୯ ୱିକେଟ ହରାଇ ୧୯୪ ରନ ସଂଗ୍ରହ କରିପାରିଥିଲା। ପ୍ରତମେ ବ୍ୟାଟିଂ କରିବାକୁ ଆସିଥିବା ଯଶସ୍ୱୀ ଜୟସୁଆଲ ୪୯ ଓ ଧ୍ରୁବ ଜୁରେଲ ୪୭ ରନ ସଂଗ୍ରହ କରିଥିଲେ। ସନ୍ଦିପ ଶର୍ମା ୨ଟି ୱିକେଟ ହାସଲ କରିଛନ୍ତି। ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ଦେବଦନ୍ତ ପାଡିକ୍କଲ ଅର୍ଧଶତକ ହାସଲ କରିଥିଲେ। କ୍ରୁନାଲ ପାଣ୍ୟା ୨ଟି ୱିକେଟ ନେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.