ନୂଆଦିଲ୍ଲୀ, ୨୩/୪ : ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୨୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେତେକ ଆହତ ହୋଇଛନ୍ତି । ଏହି ଆତଙ୍କୀ ସୀମା ପାରରୁ ଆସିଥିଲେ। ମାତ୍ର ପାକିସ୍ତାନ ଏହି ଆକ୍ରମଣରେ ନିଜ ହାତ ଥିବା ମାନୁ ନାହିଁ । ଏହା ମଧ୍ୟରେ ପୂର୍ବତନ ପାକିସ୍ତାନ କ୍ରିକେଟର ଦାନିଶ କନୋରିୟା ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ଦାନିଶ କନୋରିୟା କହିଛନ୍ତି ଯଦି ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନାହିଁ ତେବେ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଏବେ ପର୍ଯ୍ୟନ୍ତ ଏହାକୁ ନିନ୍ଦା କରିନାହାନ୍ତି କାହିଁକି ? ଆପଣଙ୍କ ସେନା ଅଚାନକ ହାଇ ଆଲର୍ଟରେ କାହିଁକି ଅଛି ? କାରଣ ଭିତରୁ ଆପଣ ସତ୍ୟାସତ୍ୟ ଜାଣନ୍ତି । ଆପଣ ଆତଙ୍କବାଦୀଙ୍କୁ ପୋଷଣ କରୁଛନ୍ତି । ଲଜ୍ଜ୍ୟା ଆସିବା ଦରକାର ।
If Pakistan truly has no role in the Pahalgam terror attack, why hasn’t Prime Minister @CMShehbaz condemned it yet? Why are your forces suddenly on high alert? Because deep down, you know the truth — you’re sheltering and nurturing terrorists. Shame on you.
— Danish Kaneria (@DanishKaneria61) April 23, 2025