ନୂଆଦିଲ୍ଲୀ,୨୩ /୦୪: ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତ ନେଇଛି । ଆଇପିଏଲରେ ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ଆଜି ହେବାକୁ ଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ଖେଳାଳି ।
ପହଲଗାମ ଭୟଙ୍କର ଆକ୍ରମଣ ପରେ ବିସିସିଆଇ ସୋସିଆଲ ମଡିଆ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଏହା ସହିତ ବଡ଼ ନିଷ୍ପତି ନେଇଛି ବିସିସିଆଇ । ଆଜି ହେବାକୁ ଥିବା ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ପ୍ଲେୟାର । ଏହା ସହିତ ଚିୟରଗର୍ଲ ଓ ବାଣ ଫୁଟାଇବା ପରେ ବ୍ୟାନ ହୋଇଛି । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ ।ଅଧିକ ପଢନ୍ତୁ...ପଚାରିଲେ ଆତଙ୍କୀ, ହିନ୍ଦୁ ନା ମୁସଲିମ ? ଆଉ ତା ପରେ... ୨ ମାସ ତଳେ ବାହା ହୋଇଥିଲେ, ଉଠିଲା କୋକେଇ
Standing in solidarity with the victims of the Pahalgam terror attack. Prayers for the families who lost their loved ones in this gruesome attack 💔 pic.twitter.com/KXAJelZ1n3
— BCCI (@BCCI) April 23, 2025
କହି ରଖୁଛୁ କି, ଜମ୍ମୁ କାଶ୍ମୀରର ପହଲଗାମରେ ଥିବା ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ଗତକାଲି (ମଙ୍ଗଳବାର) ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ସେନା ପୋଷାକ ପିନ୍ଧି ଧର୍ମ ପଚାରିଥିଲେ ଆଉ ତାହା ପରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ରାକ୍ଷସ । ଏଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେପଟେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସିିସିଏସ୍ ବୈଠକ ବସିବ । ଆତଙ୍କୀଙ୍କୁ କଡ଼ା ଜବାବ ଦେବାକୁ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।