ମୁମ୍ବାଇ, ୨୨/୪ : ନିକଟରେ ଜେଣ୍ଡର ପରିବର୍ତ୍ତନ କରି ଯୁବତୀ ହୋଇଥିବା ଅନାୟା ବାଙ୍ଗର ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ଘରେ ପହଞ୍ଚିଛନ୍ତି । ଅନାୟାଙ୍କ ବାପା ସଞ୍ଜୟ ବାଙ୍ଗର ବି ଭାରତ ଲାଗି କ୍ରିକେଟ ଖେଳି ସାରିଛନ୍ତି । ସରଫରାଜଙ୍କ ଘରେ ପହଞ୍ଚି ସେ ତାଙ୍କ ବାପା ଏବଂ ପରିବାର ସହ ଭେଟିଛନ୍ତି । ସେ କହିଛନ୍ତି କି ପିଲାବେଳୁ ଜଣେ ଅନ୍ୟ ଜଣଙ୍କୁ ଜାଣିଛନ୍ତି ।
ପୂର୍ବରୁ ଅନାୟାଙ୍କ ନା ଆର୍ୟ୍ୟନ ଥିଲା । କିଛି ସମୟ ପୂର୍ବରୁ ସେ ଚର୍ଚ୍ଚାରେ ଆସିଥିଲେ, ଯେତେବେଳେ ଜଣାପଡ଼ିଲା କି ସେ ନିଜ ଜେଣ୍ଡର ପରିବର୍ତ୍ତନ କରୁଛନ୍ତି । ଭାରତ ଆସି ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି କି ଯେତେବେଳେ କିଛି ସାଥୀ ଖେଳାଳୀଙ୍କୁ ତାଙ୍କ ବିଷୟରେ ଜଣାପଡ଼ିଲା ତ ସେମାନେ ଗାଳି ଦେଉଥିଲେ । ସେ ଏହା ବି କହିଛନ୍ତି କି ଜଣେ କ୍ରିକେଟର ତାଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ । ସେ ତାଙ୍କ ପିଲାବେଳର ସାଙ୍ଗ ସରଫରାଜ ଖାନଙ୍କ ଘରେ ପହଞ୍ଚିଥିଲେ, ଯେଉଁଠାରୁ ସେ କିଛି ଫଟୋ ଭିଡ଼ିଓ ସେୟାର କରିଛନ୍ତି ।
ଅନାୟା ଭେଟିବାର ଫଟୋ ଭିଡ଼ିଓ ସେୟାର କରି ଲେଖିଛନ୍ତି କି, ମୁଁ ଫୋନ୍ ଧରିବା ପୂର୍ବରୁ ବ୍ୟାଟ୍ ଧରିଥିଲି । ଆରମ୍ଭରୁ ଭଲ ବନ୍ଧୁ ଥିଲୁ । ମୁଶୀର ଖାନ ତୁମକୁ ମିସ୍ କରୁଛି‘ । ପ୍ରକାଶ ଯେ, ମୁଶୀର ଖାନ ଏବେ ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ଭାଗିଦାରୀ ଅଟନ୍ତି ।
ସେହିଭଳି ସରଫରାଜ ଖାନ ବି ଅନାୟାଙ୍କ ସହ ଭିଡ଼ିଓ ସେୟାର କରି କହିଛନ୍ତି କି, ତାଙ୍କ ସହ ମିଶି ବହୁ ଖୁସି ଲାଗୁଛି । ସେ ପ୍ରାୟ ୨-୩ବର୍ଷ ପରେ ଭେଟୁଛନ୍ତି । ଉଭୟ ଫଟୋରେ ଏକ ଥାର୍ କାର୍ ଉପରେ ବସିଥିବା ନଜର ଆସୁଛନ୍ତି । ଯାହାଙ୍କୁ କିଛି ଦିନ ପୂର୍ବରୁ ସରଫରାଜ ମଡିଫାଇ କରିଛନ୍ତି । ତା’ ଉପରେ ସେ ନିଜ ଜର୍ସି ନମ୍ବର ୯୭ ବି ଲେଖିଛନ୍ତି ।